ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ ପାଇଁ ମାଲକାନଗିରିରେ ରାଜ୍ୟପାଳ

ମାଲକାନଗିରି: ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶ ଲାଲ୍ ସୋମବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମୁଣ୍ଡାଗୁଡା ସ୍ଥିତ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ବିଦ୍ୟାଳୟରେ ଏକ ଗଣେଶ ବିଗ୍ରହକୁ ସ୍ଥାପନା କରିବା ପରେ କମ୍ପୁଟର ଲ୍ୟାବ, ବିଦ୍ୟାଳୟର ବିଭିନ୍ନ କକ୍ଷ ବୁଲି ଦେଖିଥିଲେ। ଏହା ସହ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ଏହାପରେ  ବିଦ୍ୟାଳୟ ଦ୍ବାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ନିଜର ଅଭିଭାଷଣ ରଖିବା ସଙ୍ଗେ ସଙ୍ଗେ  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Comments are closed.