୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବେ ସରକାର

0

ନୂଆଦିଲ୍ଲୀ : ବ୍ୟାଙ୍କିଂ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଦୃଢ କରିବା ନିମେନ୍ତ ପଦକ୍ଷେପ ସ୍ୱରୁପ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ସେମାବାର ଘୋଷଣା କରିଛନ୍ତି। ଏହି ୩ ବ୍ୟାଙ୍କ ହେଲେ ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ। ମିଶ୍ରଣ ଯୋଜନାର ଘୋଷଣା କରି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଏହା ଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥା ଦୃଢ ହେବ ଓ ଋଣ ପ୍ରଦାନ କ୍ଷମତା ବୃଦ୍ଧି ପାଇବ। ଏନ୍‍ପିଏ ଓ ଅଧିକ ଋଣ ପ୍ରଦାନ ଯୋଗୁଁ ଅନେକ ବ୍ୟାଙ୍କ ଅବସ୍ଥା ଭଲ ନାହିଁ ଓ ବିଖଣ୍ଡନ ଅବସ୍ଥା ଦେଇ ଗତି କରୁଛନ୍ତି। ଏହି ମିଶ୍ରଣ ଦ୍ୱାରା ବ୍ୟାଙ୍କିଂ ପରିଚାଳନା କ୍ଷମତାରେ ବୃଦ୍ଧି ଘଟିବ। ଅର୍ଥ ସେବା ସଚିବ ରାଜୀମ କୁମ।ର ଏହି ଅବସରରେ କହିଥିଲେ ଯେ ୩ ବ୍ୟାଙ୍କକୁ ମିଶ୍ରଣ ପ୍ରସ୍ତାବ ଦିଆଯିବ। ବ୍ୟାଙ୍କ ବୋର୍ଡ ଏହା ଉପରେ ବିଚାର କରି ନିଷ୍ପତ୍ତି ନେବେ। ମିଶ୍ରଣ ପରେ ଏହା ଭାରତର ତୃତୀୟ ବୃହତ ବ୍ୟାଙ୍କରେ ପରିଣତ ହେବ।

Leave A Reply