ସେପ୍ଟେମ୍ବରରୁ ସୁଇସ୍‌ ବ୍ୟାଙ୍କ ଦେବ ଭାରତୀୟ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ : ଆଗାମୀ ସେପ୍ଟେମ୍ବରରୁ ସୁଇଜରଲ୍ୟାଣ୍ଡର ସୁଇସ୍ ବ୍ୟାଙ୍କ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିବେ। ଏପରି କି ଗତବର୍ଷ ଯେଉଁ ଜମାକାରୀମାନେ ସେମାନଙ୍କ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ବ୍ୟାଙ୍କ ତଥ୍ୟ ଦେବ ବୋଲି ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନ ଲୋକସଭାରେ କହିଛନ୍ତି।

ଜମାକାରୀଙ୍କ ଆକାଉଣ୍ଟ ନମ୍ବର, ଜମା ଅର୍ଥ ପରିମାଣ, ଆୟ ସମ୍ପର୍କରେ ସବିଶେଷ ତଥ୍ୟ ବ୍ୟାଙ୍କ ପ୍ରଦାନ କରିବ। ସୁଇଜରଲ୍ୟାଣ୍ଡର ଫେଡେରାଲ ଡିପାର୍ଟମେଣ୍ଟ ଅଫ ଫାଇନାନ୍ସ (ଏଫଡିଏଫ) କହିବା ଅନୁଯାୟୀ ସେପ୍ଟେମ୍ବର ପରଠାରୁ ପ୍ରତିବର୍ଷ ନିୟମିତ ଭାବେ ସୁଇସ୍‌ ବ୍ୟାଙ୍କ ଏହି ତଥ୍ୟ ପ୍ରଦାନ କରିବ। ଅଟୋମେଟିକ ଏକ୍ସଚେଞ୍ଜ ଅଫ ଇନଫରମେସନ(ଏଇଓଆଇ)ର ବ୍ୟବସ୍ଥା ଅନୁଯାୟୀ ସୁଇଜରଲ୍ୟାଣ୍ଡ ଭାରତୀୟ ଟିକସ କର୍ତ୍ତୃପକ୍ଷଙ୍କୁ ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଏଇଆଇଓ ଅନୁଯାୟୀ ଦୁଇଦେଶ ତଦନ୍ତ ଚାଲିଥିବା ମାମଲା ସମ୍ପର୍କରେ ଆବଶ୍ୟକ ସୂଚନା ପରସ୍ପରକୁ ପ୍ରଦାନ କରିବେ। ସୁଇସ ବ୍ୟାଙ୍କର ତଥ୍ୟ ଆଧାରରେ ଭାରତୀୟ ଟିକସ କର୍ତ୍ତୃପକ୍ଷ କଳାଟଙ୍କା ଜମାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ପୂର୍ବରୁ ସୁଇସବ୍ୟାଙ୍କ ୧୦ ଭାରତୀୟ ଓ ଭାରତୀୟ କମ୍ପାନୀଙ୍କ ସମ୍ପର୍କରେ ଭାରତ ସରକାରଙ୍କୁ ତଥ୍ୟ ଦେଇ ସାରିଛନ୍ତି।

Comments are closed.