ଗିରିଗୋବର୍ଦ୍ଧନ ପୂଜା ସମୟରେ କରନ୍ତୁ ନାହିଁ ଏହି ଭୁଲ, ହୋଇଥାଏ ଅଶୁଭ

ଦୀପାବଳିର ପର ଦିନ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ଭଗବାନ ଶ୍ରୀକୃଷ୍ଣ ଏହି ପୂଜାର ଆରମ୍ଭ କରିଥିଲେ। ଏହି ଦିନ ପ୍ରକୃତି ଆଧାର ସ୍ବରୂପ ଗୋବର୍ଦ୍ଧନ ପର୍ବତ ଏବଂ ସମାଜକୁ ଆଧାର କରାଯାଇ ଗାଈକୁ ପୂଜା କରାଯାଏ। ଯଦି ଆପଣ ଏହି ପୂଜା କରୁଛନ୍ତି ଏବଂ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରୁଛନ୍ତି ତେବେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟର ଆୟୋଜନ ବନ୍ଦ ଘରେ କରନ୍ତୁ ନାହିଁ। ଗାଈକୁ ପୂଜା କରିବା ସମୟରେ ଇଷ୍ଟଦେବ ଓ ଭଗବାନ କୃଷ୍ଣଙ୍କ ପୂଜା କରିବା ଭୁଲନ୍ତୁ ନାହିଁ।
ଅପରିଷ୍କାର ପୋଷାକ ପିନ୍ଧି ପରିକ୍ରମା କରନ୍ତୁ ନାହିଁ। ଗୋବର୍ଦ୍ଧନ ପରିକ୍ରମା ସମୟରେ ସଫା ଓ ଶୁଦ୍ଧ ବସ୍ତ୍ର ଧାରଣ କରନ୍ତୁ ।
ପରିବାରର ସବୁ ସଦସ୍ୟ ଅଲଗା ଅଲଗା ପୂଜା ନକରି, ଏକତ୍ରିତ ହୋଇ ପୂଜାର୍ଚ୍ଚନା କରନ୍ତୁ।
ପୂଜାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଫିକା ହଳଦିଆ ବା ନାରଙ୍ଗି ରଙ୍ଗର ବସ୍ତ୍ର ପିନ୍ଧିବା ଅତି ଉତ୍ତମ।
ଗୋବର୍ଦ୍ଧନ ପୂଜା ସମୟରେ ଗାଈ, ବୃକ୍ଷ, ଜୀବଜନ୍ତୁ ଆଦିଙ୍କୁ ଭୁଲରେ ବି କଷ୍ଟ ଦିଅନ୍ତୁ ନାହିଁ।
ପରିକ୍ରମା ସମୟରେ ଜୋତା ବା ଚପଲ ପିନ୍ଧନ୍ତୁ ନାହିଁ।
ଗୋବର୍ଦ୍ଧନ ପର୍ବତ ପରିକ୍ରମା ଅଧାରୁ ଛାଡନ୍ତୁ ନାହିଁ।
ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବା ସମୟରେ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।

 

Comments are closed.