ଶିଖର ଧଓ୍ୱନଙ୍କ ପାଇଁ ଗୌତମ ଲେଖିଲେ ଗମ୍ଭୀର ସନ୍ଦେଶ

ନୂଆଦିଲ୍ଲୀ . – ଆହତ ହେବାଯୋଗୁଁ ଭାରତୀୟ ବ୍ୟାଟସ୍‌ମ୍ୟନ ଶିଖର ଧଓ୍ୱନ ବିଶ୍ୱକପ୍‌ରେ ଖେଳିପାରିବେ ନାହିଁ । ତାଙ୍କୁ ଠିକ୍‌ ହେବା ପାଇଁ ଅନେକ ଦିନ ଲାଗିବ । ଏକ ବାଉନସ୍‌ ବଲ୍‌ ତାଙ୍କ ବୁଢା ଆଙ୍ଗୁଠିରେ ବାଜିବା ପରେ ଏହା ଫାଟିଯାଇଥିଲା । ଏହାପରେ ସେ ଭାରତକୁ ପ୍ରତ୍ୟାବର୍ତନ କରିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ସେ ଶତକ କରିଥିଲେ । ତାଙ୍କ ବଦଳରେ ଏବେ ଋଷଭ ପନ୍ଥଙ୍କୁ ଦଳରେ ସାମିଲ କରାଯାଇଛି । ୨୦୧୧ ମସିହାରେ ଭାରତୀୟ ଦଳରେ ସାମିଲ ଥିବା ଏବେ ଦିଲ୍ଲୀରୁ ବିଜେପି ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଶିଖର ଧଓ୍ୱନଙ୍କ ପାଇଁ ଏକ ଗମ୍ଭୀର ସନ୍ଦେଶ ଲେଖିଛନ୍ତି ।

ତାଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ଗର୍ବ ବୋଲି କହିଛନ୍ତି । ଏବେ ବିଶ୍ୱକପ୍‌ରେ ଧାଓ୍ୱନ ଅଂଶଗ୍ରହଣ କରିପାରିବେ ନାହିଁ । ଏହା ଶୁଣିକରି ଦୁଖଃ ଲାଗୁଛି । କିନ୍ତୁ ଏହିଠାରେ ଦୁନିଆଁ ଶେଷ ହୋଇଯାଉ ନାହିଁ । ମୋର ଶୁଭେଚ୍ଛା ଆପଣଙ୍କ ସହ ରହିଛି । ଋଷଭ ପନ୍ଥଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉପରେ ବିଶେଷ ଚାପ ପ୍ରୟୋଗ କରିବା କଥା ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ।

Comments are closed.