ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତାବାୟା

କଲମ୍ବୋ : ଗୋତାବାୟା ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଅନୁରାଧାପୁରାଠାରେ ଆୟୋଜିତ ଶପଥ ଗ୍ରହଣ ପରେ ସେ କହିଛନ୍ତି, ସେ ଏକ ନିରପେକ୍ଷ ବୈଦେଶିକ ନୀତି ଗ୍ରହଣ କରିବେ ଓ ବିଶ୍ୱ ମହାଶକ୍ତିଗୁଡ଼ିକ ସହ ଯେ କୌଣସି ବିବାଦରୁ ଦୂରରେ ରହିବେ।
ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି, ତାଙ୍କ ବିଜୟ ପାଇଁ ତାମିଲ୍‍ ଓ ମୁସଲ୍‍ମାନ ସମ୍ପ୍ରଦାୟକୁ ସେ କରିଥିବା ଅନୁରୋଧ ପ୍ରତି ଯଦିଓ ଆଶାନୁରୂପକ ସମର୍ଥନ ମିଳିନାହିଁ, ତଥାପି ନୂଆ ରାଷ୍ଟ୍ରପତି ଭାବେ ଶ୍ରୀଲଙ୍କାର ବିକାଶ ଓ ସମୃଦ୍ଧିପାଇଁ ସେ ସମସ୍ତଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ଆମନ୍ତ୍ରଣ କରୁଛନ୍ତି।

Comments are closed.