ରଙ୍ଗେଇଲୁଣ୍ଡା ବ୍ଲକରେ ବାରହା ଉପଦ୍ରବ ଘଟଣା : କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଗୋପାଳପୁର : ବାରହା ଉପଦ୍ରବ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାରୋଟି ବ୍ଲକରେ ହେଉଥିବା ଫସଲହାନୀ ପାଇଁ ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ଏଣୁ ଶେଷରେ ଏନେଇ ବନ ବିଭାଗର ଚେତା ପଶିଛି ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଆଲୋଚନା କରୁଛନ୍ତି। ବ୍ରହ୍ମପୁର ବନାଞ୍ଚଳ କକ୍ଷର୍ୟ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଗତ ୨ ତାରିଖ ରେ ଚିଠି ନଂ ୧୬୦୭(୭୦) ପ୍ରକାରେ ପ୍ରତିପଞ୍ଚାୟତକୁ କ୍ଷୟକ୍ଷତି ଆକଳନ ପାଇଁ ଚିଠି କରିଥିବା ଜଣାପଡିଛି କ୍ଷ ଗତ ପାଞ୍ଚ ବର୍ଷ ହେବ ଚାଷଜମିରେ ବାରହା ଉପଦ୍ରବ ଯୋଗୁଁ ଚାଷୀଙ୍କ ନିଦ ହଜି ଯାଇଛି। ଚଳିତ ଲଗାଣ ବର୍ଷାରେ ଚାଷୀ ନିଜ ଜମିର ପାଣି ଶୁଖାଇ ଫସଲ ଅମଳ ନିମନ୍ତେ ପାଇଁ ଅଣ୍ଟା ଭିଡୁଥିବା ବେଳେ ବାରହା ଉପଦ୍ରବ ଯୋଗୁଁ ଚାଷୀଙ୍କ ଦୁଃଖ ଆହୁରି ବଢିଯାଇଛି କ୍ଷ ଏହି ବନ୍ୟଜନ୍ତୁର ଉପଦ୍ରବରେ ଚାଷୀମାନେ ସଗଂବଦ୍ଧ ଭାବେ ରାତିସାରା ଉଜାଗର ରହି ନିଆଁ ଲଗାଇ ବାଣ ଫୁଟାଇ ନିଜ ଚାଷ ଜମିର ସୁରକ୍ଷା କରୁଥିବା ଦେଖିବାକୁ ମିଳିଥିଲା କ୍ଷ ସରକାରଙ୍କ ପକ୍ଷରୁ ଗତବର୍ଷ ତିନିହଜାର ବାରହା ମାରିବାପାଇଁ ଯୋଜନା କରିଥିବା ବିଚାରଧୀନ ରହିଥିବାବେଳେ ଏବେ ପୁଣି ବାରହା ଯୋଗୁଁ ଚାଷୀ କୂଳ ନାହିଁନଥିବା ହଇରାଣ ହେଉଛିନ୍ତି କ୍ଷ ବନ ବିଭାଗ ପକ୍ଷରୁ କରାଯାଇଥିବା ଚିଠି ପ୍ରକାରେ ରଙ୍ଗେଈଲୁଣ୍ଡା, କୁକୁଡ଼ାଖଣ୍ଡି, ହିଞ୍ଜିଳି, ଚିକିଟି, ଛତ୍ରପୁର ବ୍ଲକର ସମସ୍ତ ବ୍ଲକ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ସୂଚନା ପ୍ରଦାନ ସହ କ୍ଷତିଗ୍ରସ୍ତ ପଞ୍ଚାୟତକୁ ମଧ୍ୟ ଚିଠି କରାଯାଇଛି କ୍ଷ ଏହି ଚିଠିରେ ନିର୍ଦେଶ ରହିଛି ଯେ, ବନ୍ୟଜନ୍ତୁଙ୍କ ଦ୍ୱାରା ସମ୍ପୂର୍ଣ କ୍ଷତି ହୋଇଥିଲେ ଏକର ପିଛା ଦଶହଜାର ଏବଂ ଅନ୍ୟ ଫସଲର ଏକର ପିଛା ୧୨ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। କ୍ଷ ଏସମ୍ପର୍କରେ ଚାଷୀମାନେ ସିଧା ପଞ୍ଚାୟତ କିମ୍ବା ବନବିଭାଗ କାର୍ୟ୍ୟାଳୟରେ ଆବେଦନ କରିବାକୁ ଚିଠି ମାଧ୍ୟମରେ କୁହାଯାଇଛି କ୍ଷ ବିଗତ ବର୍ଷରେ ଅନୁଧ୍ୟାନ ନାମକୁ ମାତ୍ର କରି ପ୍ରକୃତ ଚାଷୀକୁ କ୍ଷତି ପୂରଣ ଦେବାରେ ସରକାର ବିଫଳ ହୋଇଥିବା ଚାଷୀ ହରିହର ପାତ୍ର ଅଭିଯୋଗ କରିଥିବା ବେଳେ ବର୍ତ୍ତମାନର କ୍ଷୟକ୍ଷତି ଆକଳନ ଉପରେ ସମସ୍ତ ଚାଷୀଙ୍କ ନଜର ରହିଛି।

Comments are closed.