ମିସ୍ ଏଣ୍ଡ ମିଷ୍ଟର ଟିନି ଇଣ୍ଡିଆ ଟାଇଟେଲ ବିଜେତା ଯାଜ୍ଞସେନୀଙ୍କ ଦ୍ଵାରା ବୃକ୍ଷରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ

ଗୋପାଳପୁର: ମିସ୍ ଏଣ୍ଡ ମିଷ୍ଟର ଟିନି ଇଣ୍ଡିଆର ଟାଇଟଲ ବିଜୟିନୀ ଯାଜ୍ଞସେନୀଙ୍କ ପକ୍ଷରୁ ମଙ୍ଗଳବାର ବୃକ୍ଷରୋପଣ ସହ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ସେ ନିଜ ଗ୍ରାମର ଗେଇଲୁଣ୍ଡା ବ୍ଲକ ନାରାୟଣପୁର ପଞ୍ଚାୟତ ଅଧିନସ୍ଥ ଆଲ୍ଲୀପୁର  ଗ୍ରାମରେ ଗ୍ରାମବାସୀଙ୍କ ମିଶି ବୃକ୍ଷରୋପଣ, ଗାଁ ସଫେଇ କରିବା ସହ ପଲିଥିନ ବର୍ଜନ କରିବାକୁନେଇ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ଆଗାମୀ ଦିନରେ ସେ ନିଜ ପଞ୍ଚାୟତ ସହ ଜିଲ୍ଲା, ରାଜ୍ୟ  ସହ ସାରା ଭାରତରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବେ ବୋଲି ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ସଭ୍ୟ ସର୍ବେଶ୍ଵର ରାଓଙ୍କ ସହ ଓ୍ବାର୍ଡ ମେମ୍ବର ଟି ଲୋକ ନାରାୟଣ ରେଡ୍ଡୀ, ଟି ରାଜା ରାଓ, ଗ୍ରାମ ନାଇଡୁ ଭୀମସେନ ରେଡ୍ଡୀ, ଏ ରାଜେୟା, ବି ଦୈପ୍ରଦୀ, ଟି ମଧୂସୁଦନ ରାଓ, ଶିବଶଙ୍କର ଦୋରା, ଜୟଶ୍ରୀ ବେହେରା, ବି ଜୟନ୍ତୀ ରେଡ୍ଡୀ, ଏ ତେଜେସ୍ବନୀ ରେଡ୍ଡୀ ଙ୍କ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ। ଯାଜ୍ଞସେନୀଙ୍କ ଚଳିତ ବର୍ଷ ଦିଲ୍ଲୀରେ ଆୟୋଜିତ ୨୨ତମମିସ୍ ଏଣ୍ଡ ମିଷ୍ଟର ଟିନି ଇଣ୍ଡିଆ ପ୍ରତିଯୋଗିତାରେ ଟାଇଟଲ ବିଜୟିନୀ ହୋଇ ରାଜ୍ୟ ତଥା ଜିଲ୍ଲାର ଗର୍ବ ପାଲଟିଥିଲେ,ଏହା ସହ ଗତ ୧୩ତାରିଖରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଇଣ୍ଟର ନ୍ୟାସନାଲ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଯାଜ୍ଞସେନୀଙ୍କ ବର୍ତ୍ତମାନ ଭୂବନେଶ୍ବର ସ୍ଥିତ ଇଣ୍ଟରନ୍ୟାସନଲ ଇନଷ୍ଟିଚ୍ୟୁଟ ଅଫ ବେସନ ଡିଜାଇନ୍ କଲେଜରେ ପ୍ରଥମ ବର୍ଷ ଛାତ୍ରୀ ଅଟନ୍ତି। ଯାଜ୍ଞସେନୀଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Comments are closed.