ମୋହନାରେ ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା

0

ମୋହନା : ସମଗ୍ର ରାଜ୍ୟ ପରିକ୍ରମାରେ ବାହାରି ଥିବା ଗୋପବନ୍ଧୁ ଜ୍ୟୋତି ରଥକୁ ମୋହନା ସହରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ କାର୍ଯ୍ୟାଳୟ ସମ୍ମୁଖରେ ଗୋପବନ୍ଧୁ ଜ୍ୟୋତିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବୀର, ସହକାରୀ ଶିକ୍ଷକ ଗୋପିନାଥ ପଣ୍ଡା, ଅଶୋକ କୁମାର ବେହେରା ଓ ଶିକ୍ଷୟତ୍ରୀମାନଙ୍କ ସହିତ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଆରତୀ ପାଢୀ, ଗୁରୁଜୀ ସୁଧାଂଶୁ ପାଣିଗ୍ରାହୀ, ଗୁରୁଜୀ ଓ ଗୁରୁମା, ମୋହନା ସିଆରସିସି ଜୟମ୍ବର ନାୟକ ଆଦି ଉପସ୍ଥିତ ରହି ଗୋପବନ୍ଧୁ ଜ୍ୟୋତିକୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସେଠାରୁ ବିଦ୍ୟାଳୟ ଗୁଡିକରୁ ଆସିଥିବା ଛାତ୍ରଛାତ୍ରୀମାନେ ବାଜା ବଜାଇ ଆନନ୍ଦ ଉଲ୍ଲାସରେ ମୋହନା ସହର ପରିକ୍ରମା କରିଥିଲେ। ବଜାର ଠାରେ ଥିବା ଗଜପତି ମହାରାଜାଙ୍କ ପ୍ରତିମୃର୍ତ୍ତି ଠାରେ ପ୍ରଥମେ ଜ୍ୟୋତି ସହ ଆସିଥିବା ଲୋକ ସେବକ ମଣ୍ଡଳର ଆଜିବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକରୁ ମନୋନିତ ଅବସର ପ୍ରାପ୍ତ ଶିକ୍ଷକ ମଧୁସୁଦନ ପାଢୀ, କାର୍ଯ୍ୟରତ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ନାୟକ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଙ୍ଗମାଟିଆ ମୋହନାର ସପ୍ତମ ଶ୍ରେଣୀ ଛାତ୍ର ସିପୁନ ମଳିକ ଆଦି ସମସ୍ତଙ୍କୁ ଉପଢୌକନ ସହ ମାନପତ୍ର ଓ ସିଲ ଶ୍ରୀ ଜେନା ପ୍ରଦାନ କରାଥିଲେ। ଏହି ଜ୍ୟୋତିକୁ ଦେଖିବା ପାଇଁ ମୋହନା ସହରର ସହ ସହ ଆବାଳ ବୃଦ୍ଧବନିତା ଭିଡ ଜମାଇଥିଲେ। ଶେଷରେ ଶିକ୍ଷକ ସୁଜିକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply