ଉତ୍କଳମଣିଙ୍କ ୯୦ତମ ପୁଣ୍ୟ ତିଥିରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି

0

କଟକ: ମହାନ ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ, ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧୋତ୍ସବ ରାଜ୍ୟବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଆଜି ପ୍ରତ୍ୟୁଷରୁ କଟକ ସ୍ଥିତ ‘ସମାଜ’ କାର୍ଯ୍ୟାଳୟ ତଥା ଗୋପବନ୍ଧୁ ଭବନଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଭଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ, ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର ପୂର୍ବତନ ସମ୍ପାଦକ ମନୋରମା ମହାପାତ୍ର, ‘ସମାଜ’ର କାର୍ଯ୍ୟକାରୀ ପରିଚାଳକ ପ୍ରିୟବ୍ରତ ମହାନ୍ତି, କଟକ ଶାନ୍ତିକମିଟିର ସଭାପତି ଧୀରେନ୍ଦ୍ର ନାଥ ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦ, ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ୍‍ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସଭାରେ ଅତିଥିମାନେ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ ଓ ଓଡ଼ିଶାବାସୀଙ୍କୁ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।


ଏହାପରେ କଟକ ଗଡ଼ଗଡ଼ିଆ ଘାଟରେ ଉତ୍କଳମଣିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା। ଏଥିରେ ଉପରୋକ୍ତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ସ୍କୁଲ୍‍ କଲେଜ୍‍ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave A Reply