ବିଜେଡିର କୋଣାର୍କ ନଗର ସଭାପତିଙ୍କ ଘର ଓ ହୋଣ୍ଡା ଶୋରୁମ ଉପରକୁ ବୋମା ମାଡ଼

0

ଗୋପ:କୋଣାର୍କ ବିଜୁ ଜନତା ଦଳ ନଗର ବିଜୁ ଜନତା ଦଳ ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଭବନ ଓ ହୋଣ୍ଡା ଶୋ ରୁମ୍ ଉପରକୁ ବୋମା ମାଡ ହୋଇଛି । କୋଣାର୍କ ଥାନା ଠାରୁ ମାତ୍ର ୧୦୦ମିଟର ଦୂରରେ ଏହି ବୋମା ମାଡ଼ ହୋଇ ଥିବା ଜଣାପଡିଛି। ଏହି ବୋମା ମାଡ଼ ରେ ତାଙ୍କ ଘରର କବାଟ ଝରକା ଭାଙ୍ଗି ଯାଇଥିବା ବେଳେ ହୋଣ୍ଡା ଶୋରୁମ ସଟର କଣା ହୋଇ ଦୁଇଟି ଗାଡି କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ଭିତ ରାତ୍ରିରେ ଏକ କଳା ପଲସର ଦୁଇଜଣ ଯୁବକ ୪ଟି ବୋମା ମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀ କହୁଥିବା ବେଳେ । ଠିକାଦାରୀ କିମ୍ବା ପୂର୍ବଶତ୍ରୁତାକୁ ନେଇ ଏହି ବୋମା ମାଡ଼ କରୁଥିବା ସନ୍ଦେହ କରାଯାଉଛି । ତେବେ କୋଣାର୍କ ଥାନା ଠାରୁ ମାତ୍ର ୧୦୦ମିଟର ଦୂରରେ ବୋମା ମାଡ଼ ହୋଇଥିବାରୁ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Leave A Reply