ଗୁଗଲ ଫାଇଲ ଗୋ ଆପ୍‌ ଏଣିକି ଓଡ଼ିଆ ଭାଷାରେ

0

ନୂଆଦିଲ୍ଲୀ : ଗୁଗଲ ଦ୍ୱାରା ପ୍ରସ୍ତୁତ ‘ଫାଇଲ ଗୋ’ ଆପ ଏଣିକି ଓଡ଼ିଆ ଭାଷାରେ ଉପଲବ୍ଧ ହୋଇଛି । ସୋମବାର ଗୁଗଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫାଇଲ ଗୋ ଆପ୍‌ ଫୋନ୍‌ରେ ମହଜୁଦ୍‌ (ଷ୍ଟୋରେଜ) ଫଟୋ, ଭିଡ଼ିଓ, ଅନ୍ୟ ଫାଇଲ ପରିଚାଳନା କରିଥାଏ । ଫାଇଲ ଗୋ ଆପ୍‌ ଦ୍ରୁତ ଗତିରେ ଫାଇଲ ପଠାଇବା, ଅଫଲାଇନ୍‌ରେ ଅନ୍ୟ ମୋବାଇଲ ସହ ଭିଉିଓ, ଫଟୋ, ଏମ୍‌ଫି-୩ ଗୀତ ଓ ଅନ୍ୟ ବର୍ଗର ଫାଇଲ ଆଦାନ ପ୍ରଦାନ (ସେୟାର) କରିବା କାର୍ଯ୍ୟ କରିଥାଏ । ଏହି ଆପ୍‌ ପୂର୍ବରୁ ହିନ୍ଦୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମରାଠୀ, ମାଲାୟାଲମ, ପଞ୍ଜାବୀ, ତାମିଲ, ତେଲୁଗ ଓ ଊର୍ଦ୍ଧୁ ଭାଷାରେ ଉପଲବ୍ଧ ଥିଲା । ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ମୋବାଇଲ ଫୋନ୍‌ରେ କେଉଁ ଫାଇଲ ମହଜୁଦ୍‌ ରଖିବେ ଓ କେଉଁ ଫାଇଲ କାଟିବେ (ଡିଲିଟ୍‌) କରିବେ ତାର ନିଷ୍ପତ୍ତି ନେବାରେ ସମସ୍ୟା ଭୋଗୁଥିଲେ । ଫାଇଲ ଗୋ ଆପ୍‌ ଏ କ୍ଷେତ୍ରରେ ବ୍ୟବହାରକାରୀଙ୍କୁ ସାହଯ୍ୟ ଓ ମହଜୁଦ୍‌ ପରିଚାଳନା କରିବାରେ ଏକ ଉତ୍କର୍ଷ ଆପ୍‌ ବୋଲି ଗୁଗଲ ଗ୍ରୁପ୍‌ ଉତ୍ପାଦ ପରିଚାଳକ ଯୋଶ ଉଡ଼ୱାର୍ଡ ପ୍ରକାଶ କରିଛନ୍ତି । ୨୦୧୭ରେ ଏହି ଆପ୍‌ ବଜାର ପ୍ରବେଶ କରିଥିଲା । ଫାଇଲ ଗୋ ଆପ୍‌ ଆଣ୍ଡ୍ରଏଡ ୫.୦ (ଲୋଲିପୋପ୍‌) ଏବଂ ଏହାଠାରୁ ଉଚ୍ଚକ୍ଷମତାର ଆଣ୍ଡ୍ରଏଡ ଆପ୍‌ରେ ବ୍ୟବହୃତ ହେଉଛି । ଫାଇଲ ଗୋ ଅଣବ୍ୟବହୃତ, ଅନାବଶ୍ୟକ, ନିକୃଷ୍ଟ ଫଟୋ ଓ ଭିଡ଼ିଓ ଡିଲିଟ୍‌ କରିବା ପାଇଁ ସ୍ୱୟଂକ୍ରୟ ଭାବେ ପରାମର୍ଶ ଦେଇଥାଏ । ଏହା ଦୋହରା ଫାଇଲଗୁ ଡିଲିଟ୍‌ କରିବାରେ ସାହଯ୍ୟ କରିଥାଏ ।

Leave A Reply