ରିଲିଜ୍‍ ହେଲା ‘ଗୁଡ୍‍ ନ୍ୟୁଜ୍‍’ର ଟ୍ରେଲର

ମୁମ୍ବଇ : ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ମାତ୍ର କିଛି ସମୟ ମଧ୍ୟରେ ହିଁ ଟ୍ରେଲର ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେବା ସହ ଦର୍ଶକଙ୍କ ଭଲପାଇବା ହାସଲ କରିଛି। ଟ୍ରେଲର ଦେଖିବା ପରେ ଚଳଚ୍ଚିତ୍ର ସୁପରହିଟ୍‍ ହେବ ବୋଲି ଲୋକେ କମେଣ୍ଟ ମାଧ୍ୟମରେ କହିଛନ୍ତି। ଅକ୍ଷୟ ଓ କରୀନାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଦିଲଜିତ୍‍ ଦୋସାଂଝ୍‍ ଓ କିଆରା ଆଡ଼ଭାଣୀଙ୍କ ଯୋଡ଼ି ମଧ୍ୟ ଦେଖିବାକୁ ମିଳିବ। ଟ୍ରେଲରରେ ଦୁହିଁଙ୍କ ଅଭିନୟର ଝଲକ୍‍ ଦେଖିବାକୁ ମିଳିଛି। ଦୁଇ ଦମ୍ପତ୍ତିଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଟ୍ରେଲରରୁ ଜଣାପଡ଼ୁଛି, ଚଳଚ୍ଚିତ୍ରରେ କମେଡ଼ିର ତଡ଼୍‍କା ସହ ମନୋରଞ୍ଜନର ସମସ୍ତ ଖୋରାକ ଭରି ରହିଛି। ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୨୭ ତାରିଖରେ ପରଦାକୁ ଆସିବ।

Comments are closed.