ବଢିଲା ସୁନାଦର

0

ନୂଆଦିଲ୍ଲୀ : ସୁନାର ଲଗାତାର ବିକ୍ରୟ ଯୋଗୁଁ ଦର ଦିନକୁ ଦିନ ବଢି ବଢି ଚାଲିଛି। ଏହାର ପ୍ରଭାବରେ ସୁନା ଦର ମଙ୍ଗଳବାରରେ ୩୨,୦୦୦ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାର ସ୍ଥିତି ଭଲ ନଥିବା କାରଣରୁ ସୁନା ଦର ବଢି ଚାଲିଛି ବୋଲି ଅର୍ଥନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ସୁନା ବ୍ୟବସାୟୀଙ୍କ କହିବା ମୁତାବକ, ଘରୋଇ ବ୍ୟବସାୟୀଙ୍କ କାରବାର ବହୁତ ଶୀଘ୍ର ହେଉଥିବାରୁ ସୁନା ଦର ବଢିବାରେ ଲାଗିଛି।
ଦିଲ୍ଲୀରେ ୯୯.୯ ଏବଂ ୯୯.୫ ଶୁଦ୍ଧ ସୁନା ପ୍ରତି ୧୦ଗ୍ରାମକୁ ୩୨,୯୦୦ ରୁ ୩୨,୦୫୦ ଟଙ୍କା ରହିଛି। ଗତ ତିନିଦିନ ମଧ୍ୟରେ ୩୫୦ ଟଙ୍କା ବଢିଛି। ବିଶ୍ୱ ବଜାର କଥା ଯଦି କୁହାଯାଏ, ଆମେରିକାରେ ପ୍ରତି ଆଉନସ୍‍ ସୁନା ମୂଲ୍ୟ ୧୨୯୯ ଡଲାର ରହିଥିଲା।
ସେହିପରି ରୂପାଦର ମଧ୍ୟ ବଢିଛି। ନୂତନ ମୁଦ୍ରାର ତିଆରି ପାଇଁ ରୂପା ପ୍ରତି କିଲୋଗ୍ରାମ ମୂଲ୍ୟ ୪୧,୧୦୦ଟଙ୍କାରେ ପହଁଞ୍ଚିଛି।

Leave A Reply