ଭୁବନେଶ୍ବର ବିମାନ ବନ୍ଦରରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଜବତ

ଭୁବନେଶ୍ବର: ସୁନା ସ୍ମଗଲରଙ୍କ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରଥମ ପସନ୍ଦ ପାଲଟିଯାଇଛି। ବହୁ ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ସୁନା ଏବଂ ବିଭିନ୍ନ ମୂଲ୍ୟବାନ ଧାତୁ ଜବତ କରିଥାଏ କଷ୍ଟମ ବିଭାଗ। ଗୁରୁବାର ମଧ୍ୟ ପୁଣି ଥରେ ଭୁବନେଶ୍ବର ବିମାନ ବନ୍ଦରରୁ ୧ କେଜି ୩୧୦ ଗ୍ରାମର ୨ ଖଣ୍ଡ ସୁନା ବିସ୍କୁଟ ଓ ଗୋଲ୍ଡ ଡଷ୍ଟ ଜବତ କରାଯାଇଛି। ଜବତ ସୁନାର ମୁଲ୍ୟ ୫୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କ୍ବାଲାଲମପୁରରୁ ଭୁବନେଶ୍ବର ଆସୁଥିବା ଏୟାର ଏସିଆ ବିମାନ ଆସୁଥିବା ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି ଏୟାର କଷ୍ଟମ ବିଭାଗ । ଏହି ଯାତ୍ରୀ ଜଣଙ୍କ କେରଳ ହୋଇଥିବା ଜଣାପଡିଛି।

Comments are closed.