ଅନ୍ତନଳୀରେ ସୁନା ଚାଲାଣ ବେଳେ ଦିଲ୍ଲୀ ବିମାନ ବନ୍ଦରରେ ମହିଳା ଗିରଫ

0

ନୂଆଦିଲ୍ଲୀ .- ସୁନା ଚୋରା ଚାଲଣ ପାଇଁ  ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ସୁନା ପେଷ୍ଟ ତ କେତେବେଳେ ବ୍ୟାଗର ହ୍ୟାଣ୍ଡେଲ ଏପରି ସୁନା ଚୋରା ଚାଲାଣ କରିବା ପାଇଁ ଚେଷ୍ଟା କରୁଛନ୍ତି । କିଛି ଦିନ ତଳେଦିଲ୍ଲୀ ବିମାନ ବନ୍ଦରରେ ଅନ୍ତନଳୀର ତଳ ଭାବ ବା ମଳଦ୍ୱାର ନିକଟରେ ପ୍ରାୟ ଏକ କେଜି ସୁନାକୁ ଛୋଟ ଛୋଟ ଖଣ୍ଡରେ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକ  ଗିରଫ ହୋଇଥିଲେ ।

ବୁଧବାରରେ ଜଣେ ୫୩ ବର୍ଷୀୟ ମହିଳା ସମାନ ଉପାୟରେ ସମାନ ଉପାୟରେ ସୁନା ଚୋରା ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି । ସେ ପ୍ରାୟ ୨୭ ଲକ୍ଷ ଟଙ୍କାର ସୁନା ଚୋରା ଚାଲାଣ କରୁଥିଲେ । ବ୍ୟାଙ୍ଗକକ୍‌ରୁ ଏହି ମହିଳାଜଣଙ୍କ ଭାରତକୁ ଆସିଥିଲେ ।  ସୁନା ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ।

Leave A Reply