ବଢିଲା ସୁନା ଦର, କମିଲା ରୁପା

0

ନୂଆଦିଲ୍ଲୀ : ଆମେରିକା ଏବଂ ଚୀନ ବାଣିଜ୍ୟ ଯୁଦ୍ଧର ପ୍ରଭାବ ସୁନା ଦର ଉପରେ ପଡିଛି। ଫଳରେ ସୁନା ଦର ମଙ୍ଗଳବାର ୧୦ ଗ୍ରାମ ବା ଭରି ପ୍ରତି ୧୦୦ ଟଙ୍କା ବୃଦ୍ଧି ପାଇ ୩୧, ୯୦୦ ଟଙ୍କାରେ ପହଞ୍ଚିଛି। ଆଞ୍ଚଳିକ ଅଳଙ୍କାର ବଜାରରେ ମାନ୍ଦା ବେପାର ଯୋଗୁଁ ରୁପା ଦରରେ ହ୍ରାସ ଘଟିଛି। ରୁପା ଦର କିଲୋ ପ୍ରତି ୧୯୦ ଟଙ୍କା ହ୍ରାସ ପାଇ ୪୧,୦୦୦ ଟଙ୍କାରେ ପହଞ୍ଚିଛି। ସିଙ୍ଗାପୁରରେ ସୁନା ଦର ୦.୨୮% ବୃଦ୍ଧି ପାଇ ଆଉନ୍ସ ପିଛା ୧,୨୮୧.୫୦ ଡଲାରରେ ପହଞ୍ଚିଛି। ଘରୋଇ ବଜାରରେ ସୁନା ଅଳଙ୍କାର ଚାହିଦା ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁଁ ସୁନା ଦରରେ ବୃଦ୍ଧି ଘଟିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଆମଦାନୀ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ସୁଦ୍ଧ ଏବଂ ୯୯.୫% ସୁଦ୍ଧ ସୁନା ଦର ୧୦୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୧୦ ଗ୍ରାମ ପିଛା ୩୧,୯୦୦ ଓ ୩୧,୭୫୦ ଟଙ୍କା ରହିଛି।

Leave A Reply