ସୁନା ଦର ଖସିଲା, ଜାଣନ୍ତୁ ପ୍ରତି ୧୦ ଗ୍ରାମକୁ କେତେ ଟଙ୍କା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ସୁନା ଓ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଭାରତୀୟ ଗହଣା ବଜାରରେ ବୁଧବାର ସୁନା ଦର ୧୦ ଗ୍ରାମ ପ୍ରତି ୪୨୫ ଟଙ୍କା ଓ ରୁପା ଦର କିଲୋ ପ୍ରତି ୬୯୦ ଟଙ୍କା ହ୍ରାସ ପାଇଛି।

ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ୯୯.୯% (୨୪ କ୍ୟାରେଟ) ଶୁଦ୍ଧ ସୁନା ଦର ୪୨୫ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୩୭,୯୪୫ ଟଙ୍କା ଓ ୯୯.୫% (୨୨ କ୍ୟାରେଟ) ଶୁଦ୍ଧ ସୁନା ଦର ୪୨୫ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୩୭,୭୭୫ ଟଙ୍କା ରହିଛି। ଗିନ୍ନି ସୁନା ଦର ୧୦୦ ଟଙ୍କା ହ୍ରାସ ପାଇ ୮ ଗ୍ରାମ ପ୍ରତି ୨୮,୭୦୦ ଟଙ୍କା ରହିଛି। ଗତ ଶନିବାର ସୁନା ଦର ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୩୮,୪୨୦ ଟଙ୍କାରେ ପହଞ୍ଚିଥିଲା।
ସେହିପରି ରୁପା ଦର ୬୯୦ ଟଙ୍କା ହ୍ରାସ ପାଇ କିଲୋପ୍ରତି ୪୪,୧୩୦ ଟଙ୍କା ରହିଛି। ସାପ୍ତାହିକ ଭାବେ ଯୋଗାଯାଉଥିବା ରୁପା ଦର ୧୦୫୦ ଟଙ୍କା ହ୍ରାସ ପାଇ କିଲୋପ୍ରତି ୪୩,୨୩୦ ଟଙ୍କା ରହିଛି। ରୁପା ମୁଦ୍ରା ଦର ୧୦୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦୦ଟିକୁ ୮୮,୦୦୦ ଟଙ୍କା ରହିଛି।
ଅନ୍ତର୍ଜାତୀୟ ବଜାର ଅନୁସାରେ ବୁଧବାର ନ୍ୟୁୟର୍କରେ ସୁନା ଦର ପ୍ରତି ଆଉନ୍ସ ସୁନା ଦର ୧,୫୦୯.୦୯ ଡଲାର ଏବଂ ରୁପା ଆଉନ୍ସକୁ ୧୭.୨୨ ଡଲାର ରହିଛି। ଗତ ସୋମବାର ସୁନା ଓ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସରାଫା ବଜାରରେ ସୋମବାର ୯୯.୯% (୨୪ କ୍ୟାରେଟ) ଶୁଦ୍ଧ ସୁନା ଦର ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୮,୪୭୦ ଟଙ୍କା ଓ ୯୯.୫% (୨୨ କ୍ୟାରେଟ) ଶୁଦ୍ଧ ସୁନା ଦର ୧୦ ଗ୍ରାମକୁ ୩୮,୩୦୦ ଟଙ୍କା ରହିଥିଲା।

Comments are closed.