ରାସ୍ତା କାମ ବେଳେ ମିଳିଲା ଦ୍ୱାଦଶ ଶତାବ୍ଦୀର ସ୍ୱର୍ଣ୍ଣମୁଦ୍ରା

0

ନୂଆଦିଲ୍ଲୀ: ରାସ୍ତାକାମ ବେଳେ ଶ୍ରମିକମାନେ ମାଟି ତଳୁ ସ୍ୱର୍ଣ୍ଣମୁଦ୍ରା ପାଇଛନ୍ତି। ପରୀକ୍ଷା ପରେ ସେଗୁଡ଼ିକ ଦ୍ୱାଦଶ ଶତାବ୍ଦୀର ବୋଲି ଜଣାପଡ଼ିଛି।
ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କୋରକୋଟି ଓ ବେଦ୍‍ମା ଗ୍ରାମରେ ଜୁଲାଇ ୧୦ ତାରିଖରେ ରାସ୍ତା କାମ ପାଇଁ ମାଟି ଖୋଳାଯାଉଥିଲା। ସେହି ସମୟରେ ମାଟି ତଳୁ ଶ୍ରମିକମାନେ ଏକ ପାତ୍ର ପାଇଥିଲେ। ପାତ୍ରକୁ ଖୋଲିବା ପରେ ତା’ ଭିତରେ ୫୭ଟି ସ୍ୱର୍ଣ୍ଣମୁଦ୍ରା, ଗୋଟିଏ ରୌପ୍ୟ ମୁଦ୍ରା ଓ ସୁନା କାନଫୁଲ ଥିଲା। ଗ୍ରାମର ସରପଞ୍ଚ ନେହେରୁଲା ବାଘେଲ ସେହି ସ୍ୱର୍ଣ୍ଣମୁଦ୍ରାକୁ ଜିଲାପାଳ ନୀଳକଣ୍ଠ ଟେକାମ୍‍ଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରାଥମିକ ଗବେଷଣାରୁ ସେଗୁଡ଼ିକ ଯାଦବ ରାଜ୍ୟ ବା ଦଣ୍ଡକାରଣ୍ୟ ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply