ଛେଳି ଖାଇଗଲା ୧୬ ଲକ୍ଷ!

0

ବେଲଗ୍ରେଡ . – ଛେଳି ସାଧାରଣତଃ ଘାସ ପତ୍ର ଖାଉଥିବା ଦେଖାଯାଇଥାଏ । ମାତ୍ର ମାଲିକ ରଖିଥିବା ଟଙ୍କାକୁ ଛେଳି ଖାଇଯାଇଥିବା ଏପରି କମ୍‌ ଘଟଣା ଶୁଣିବାକୁ ମିଳିଥିବ । ଛେଳି ୧୬ ଲକ୍ଷ ଟଙ୍କା ଖାଇଯାଇଥିବା ପଢିଲା ବେଳକୁ ଟିକେ ଅଲଗା ଲାଗୁଥିବା । ମାତ୍ର ଏପରି ଘଟଣା ସର୍ବିଆର କେନ୍ଦ୍ରାଞ୍ଚଳରେ ଘଟିଛି। ଗୋଟିଏ ଛେଳି ମାଲିକ ଜୀବନସାରା ସଞ୍ଚୟ କରି ରଖିଥିବା ୨୦ ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬ ଲକ୍ଷ ଟଙ୍କା ଖାଇଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ସର୍ବିଆର ରାନିଲୋବିକ୍‌ ଅଞ୍ଚଳରେ ଥିବା ଅର୍ଜାଣ୍ଡଜେଲୋଭିକ୍‌ରେ  ପଶୁପାଳନ କରୁଥିବା ଜଣେ ବ୍ୟକ୍ତି  ୧୦ ହେକ୍ଟର ଜମି କିଣିବା ପାଇଁ ୨୦ହଜାର ୟୁରୋ ରଖିଥିଲେ। ସେ ନିଜର ଛେଳିମାନଙ୍କୁ ଖାଇବାକୁ ଦେବା ପାଇଁ ଘରର ସାମ୍ନା ଦୁଆରକୁ ଖୋଲା ରଖିଯାଇଥିଲେ ।  ଏତିକି ବେଳେ ଗୋଟିଏ ଛେଳି ଘର ଭିତରକୁ ପ୍ରବେଶ କରିଥିଲା । ଏହା ଘରର କେହି ଜାଣି ପାରି ନ ଥିଲେ । ଟେବୁଲ ଉପରେ ଜମି ବିକ୍ରି କରୁଥିବା ଲୋକକୁ ଦେବା ପାଇଁ ୟୁରୋ ରଖାଯାଇଥିଲା । ଛେଳିଟି ସେହି ଟଙ୍କାକୁ ଖାଇଯାଇଥିଲା । ଘର ଲୋକ ଏକ ଶଦ୍ଦ ଶୁଣି ସେଠାକୁ ଆସିବା ବେଳେକୁ ୨୦ ହଜାର ୟୁରୋରୁ ମାତ୍ର ୩୦୦ ୟୁରୋ ମେଜ ଉପରେ ରହିଥିଲା । ଏହାପରେ ଘରର ଲୋକମାନେ ସେହି ଛେଳିର ତରକାରୀ କରି ସାମ୍ବାଦିକଙ୍କ ସହ ବିଭିନ୍ନ ଲୋକଙ୍କୁ ଖାଇବାକୁ ଦେଇଛନ୍ତି ।

Leave A Reply