ପ୍ରମୋଦ ସାୱନ୍ତ ଗୋଆର ନୂତନ ମୁଖ୍ୟମନ୍ତ୍ରୀ ; ବିଳମ୍ବିତ ରାତିରେ ଶପଥ ଗ୍ରହଣ

0

ପାଣାଜୀ : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାୱନ୍ତ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସୋମବାର ରାତିରେ ସେ ଶପଥ ନେବେ ବୋଲି ବିଭିନ୍ନ ​‌ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ‌ମନୋହର ପାରିକରଙ୍କ ବିୟୋଗ ପରେ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ସେ ଆଗରେ ଥିଲେ । ଗୋଆ ରାଜନୀତିରେ ପ୍ରମୋଦଙ୍କର ଭଲ ଅଭିଜ୍ଞତା ରହିଛି ।

ସେହିପରି ସହଯୋଗୀ ଦଳ ମହାରାଷ୍ଟ୍ରୱାଦି ଗୋମାନ୍ତକ ପାର୍ଟି(ଏମଜିପି)ର ରାମକ୍ରିଷ୍ଣ ଡାଭଲିକର ଏବଂ ଗୋଆ ଫରୱାର୍ଡ ପାର୍ଟି(ଜିଏଫପି)ର ବିଜୟ ସରଦେଶାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ।

ଗୋଆ ବିଧାନସଭାରେ ବିଜେପିରେ ୧୨ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ୧୪, ମହାରାଷ୍ଟ୍ରୱାଦି ଗୋମାନ୍ତକ ପାର୍ଟି(ଏମଜିପି)ର ୩, ଏନ୍‍ସିପିର ଜଣେ, ଗୋଆ ଫରୱାର୍ଡ ପାର୍ଟିର ୩ଜଣ ଏବଂ ୩ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ଏପ୍ରିଲ୍‍ ୨୩ ତାରିଖରେ ତିନୋଟି ଆସନ ପାଇଁ ଉପନିର୍ବାଚନ ହେବାର ଅଛି।

 

Leave A Reply