ବିଜେପିରେ ମିଶିଲେ ଗୋଆର ଦୁଇ କଂଗ୍ରେସ ନେତା

0

ପାନାଜୀ: ଗୋଆର ଦୁଇ କଂଗ୍ରେସ ନେତା ମଙ୍ଗଳବାର ସନ୍ଧ୍ୟାରେ ବିଜେପିରେ ଯୋଗ ଦେଇଛନ୍ତି। ଦୁଇ କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ଶିରୋଦକର ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବା ପ​‌ରେ​‌ ସନ୍ଧ୍ୟାରେ ଦଳରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।  ଗୋଆର ଆହୁରି କିଛି କଂଗ୍ରେସ ନେତା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଶ୍ରୀଶିରୋଦକର ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଗୋଆର ବରିଷ୍ଠ କଂଗ୍ରେସ ନେତା ଏ ଚେଲାକୁମାର କହିଥିଲେ ଯେ ଦୁଇ ଅସନ୍ତୁଷ୍ଟ ନେତାଙ୍କ ସହିତ ସୋମବାର ଆଲୋଚନା ହୋଇଥିଲା। ସେମାନେ ଦଳ ଛାଡ଼ି ଯିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଙ୍ଗଳବାର ସକାଳୁ ପୁଣି ଚିତ୍ର ପରିବର୍ତ୍ତନ ହୋଇଛି। ଦଳ ଛାଡ଼ିଥିବା ଦୁଇ କଂଗ୍ରେସ ନେତାଙ୍କ ସହିତ ଗୋଆର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ବିଶ୍ୱଜିତ ରାନେଙ୍କ ନିବିଡ଼ ସମ୍ପର୍କ ରହିଛି।
୪୦ ଆସନ ବିଶିଷ୍ଟ ଗୋଆ ବିଧାନ ସଭାରେ ବିଜେପିର ୧୪ ଜଣ ବିଧାୟକ ଥିବା ବେଳେ ମହାରାଷ୍ଟ୍ରବାଦୀ ଗୋମଣ୍ଟକ ପାର୍ଟି ଓ ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଲେଖାଏଁ ବିଧାୟକ, ଜଣେ ଏନ୍‍ସିପି ବିଧାୟକ ଏବଂ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଛି। ଅପରପରକ୍ଷରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହୋଇଥିବାରୁ ନୂଆ ସରକାର ଗଠନ ପାଇଁ କଂଗ୍ରେସକୁ ଡାକିବାକୁ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ନିର୍ଦେଶ ଦିଆଯାଉ ବୋଲି କଂଗ୍ରେସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛି।

Leave A Reply