ରନୱେ ବାହାରେ ଅବତରଣ କଲା ବିମାନ, ଟଳିଗଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ବିମାନବନ୍ଦରରେ ଗୁରୁବାର ଏକ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ନାଗପୁରରୁ ୧୮୦ ଯାତ୍ରୀଙ୍କୁ ନେଇ ଆସୁଥିବା ଗୋ ଏୟାରର ଉକ୍ତ ବିମାନଟି ରନୱେ ବାହାରେ ଅବତରଣ କରିଥିଲା। ପାଗ ଖରାପ ଥିବାରୁ ପାଇଲଟ୍‌ଙ୍କୁ ରନୱେଟି ଠିକ୍‌ ଭାବେ ଦୃଶ୍ୟମାନ ହୋଇ ନ ଥିଲା। ଫଳରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟି ନ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଡିଜିସିଏ ପକ୍ଷରୁ ବିମାନର ଦୁଇ ପାଇଲଟଙ୍କୁ ସମନ ଜାରି କରାଯାଇଛି। ଶୁକ୍ରବାର ପାଇଲଟମାନଙ୍କୁ ହାଜର ହେବା ଲାଗି ନିର୍ଦେଶ ଜାରି କରାଯାଇଛି।

Comments are closed.