ଆନନ୍ଦ ଭବନ ବୁଲି ଦେଖିଲେ ଗୀତା ମେହେଟ୍ଟା

0

କଟକ:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୭ତାରିଖରେ କଟକ ଗସ୍ତରେ ଆସିବେ। ଶନିବାର ଅପରାହ୍ଣରେ ବିଜୁ ପଟ୍ଟନାୟକଛକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ଗସ୍ତ ପରିପ୍ରେକ୍ଷୀରେ ବୁଧବାର ଅପରାହ୍ଣରେ ବିଜୁ ବାବୁଙ୍କ ଝିଅ ଗୀତା ମେହେଟ୍ଟା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଆନନ୍ଦ ଭବନ ସଂଗ୍ରହାଳୟ ଅନୁଧ୍ୟାନ କରିଥିଲେ। ସଂଗ୍ରହାଳୟରେ ଥିବା ବିଜୁ ବାବୁଙ୍କ ବ୍ୟବହୃତ ଜିନିଷ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ସଂଗ୍ରହାଳୟ ନିକଟରେ ବିଜୁ ବାବୁ ବ୍ୟବହାର କରୁଥିବା ଡାକୋଟା ବିମାନ କିପରି ଏଠାକୁ ଆସିବ ସେ ସଂକ୍ରାନ୍ତରେ ସେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସକାଳେ ପର୍ଯ୍ୟଟନ ଓ ସଂସ୍କୃତି ଶ୍ରୀ ପଣ୍ଡା, ସଂସ୍କୃତି ସଚିବ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି.ସ୍ୱାମୀ, ଜିଲାପାଳ ସୁଶାନ୍ତ ମହାପାତ୍ର, ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଆନନ୍ଦ ଭବନ ସଂଗ୍ରହାଳୟ ଉଦ୍‌ଘାଟନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ।

Leave A Reply