ନବୀନ ନିବାସରେ ଗୀତା ମେହେଟ୍ଟା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ରବିବାର ନବୀନ ନିବାସରେ ପହଞ୍ଚିଛନ୍ତି। ଏହି ଖବର ସମଗ୍ର ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି। ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବିଜେଡିରେ ଚାଲୁଥିବା ଟିକଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ ପଦ୍ମଶ୍ରୀ ପୁରସ୍କାର ପାଇଁ ଗୀତା ମେହେଟ୍ଟାଙ୍କ ନାମ ମନୋନୀତ ହୋଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ନିର୍ବାଚନ ଥିବାରୁ ଏହା ଭୁଲ ବାର୍ତ୍ତା ଯିବ ବୋଲି ଗୀତା କହିଥିଲେ।
ସେହିପରି ରବିବାର ନବୀନ ନିବାସରେ ପଶ୍ଚିମଓଡ଼ିଶା ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂର୍ବତନ ରାଜ୍ୟସଭା ସାସଂଦ ଦିଲ୍ଲୀପ ତିର୍କୀ ନବୀନ ନିବାସରେ ପହଞ୍ଚିଥିଲେ।

Leave A Reply