କମିଲା ପାସ୍‌ ହାର; ପୁଅଙ୍କୁ ପଛରେ ପକାଇଲେ ଝିଅ

କଟକ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ତେବେ ପୂର୍ବବର୍ଷ ତୁଳନାରେ ଏଥର ପାସ୍‌ ହାର ହ୍ରାସ ପାଇଛି। ଗତବର୍ଷ ପାସ୍‌ ହାର ୭୬.୨୩% ରହିଥିଲା ବେଳେ ଚଳିତ ଥର ୭୦.୭୮% ରହିଛି। ୪ଟି ସେଟ୍‌ର ପାରାଲାଲ ପ୍ରଶ୍ନପତ୍ର ଏବଂ କପି ରୋକିବାକୁ ନିଆଯାଇଥିବା ଦୃଢ଼ ପଦକ୍ଷେପ ଯୋଗୁ ପାସ୍‌ ହାର ହ୍ରାସ ପାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଏବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରଦର୍ଶନ ଭଲ ରହିଛି। ଚଳିତବର୍ଷ ମୋଟ ୫ ଲକ୍ଷ ୬୨ ହଜାର ୨୧୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତନ୍ମମଧ୍ୟରୁ ଝିଅଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୭୦ ରହିଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍‌ କରିଛନ୍ତି।

ଏହାବ୍ୟତୀତ ରାଜ୍ୟର ୨୮୯ଟି ସ୍କୁଲ ପାସ୍‌ ହାର ଶତପ୍ରତିଶତ ରହିଛି। ଏସବୁ ସ୍କୁଲରେ ସମସ୍ତ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Comments are closed.