ଝିଅକୁ ଫିଙ୍ଗିଲା ନିର୍ଦ୍ଦୟ ବାପା

0

ସୋର: ଅଲୋଡ଼ା ହେଲା ଝିଅ। ତେଣୁ ବର୍ଷକର ଝିଅକୁ ବୁଦା ମୂଳେ ଫିଙ୍ଗି ଦେଇ ଚାଲି ଯାଇଛି ନିଷ୍ଠୁର ବାପା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ବ୍ଲକ୍‍ ଇନୁଆ ଗାଁରେ। ଦୁଇ ବର୍ଷ ପୂର୍ବେ କୈଳାସ ସାହୁ ବିବାହ କରିଥିଲେ। କିନ୍ତୁ ପ୍ରଥମ ସନ୍ତାନ ଭାବେ ଝିଅଟିଏ ଜନ୍ମ ହୋଇଥିବାରୁ କୈଳାସ ଖୁସି ନଥିଲେ। ଆଜି ସକାଳୁ ପତ୍ନୀ ଓ ଝିଅକୁ ନେଇ ଡାକ୍ତରଖାନା ଯାଇଥିଲେ। ସେଠାରୁ ଫେରିବା ବେଳେ ଝିଅକୁ ରାସ୍ତାକଡ଼ର ଏକ ବୁଦା ମୂଳେ ଫିଙ୍ଗି ଦେଇଥିଲେ। କିଛି କାମ ପାଇଁ ତାଙ୍କ ପତ୍ନୀ ପଛରେ ରହିଯାଇଥିଲେ। କାନ୍ଦ ଶୁଣି ସ୍ଥାନୀୟ ଲୋକେ ଝିଅକୁ ଉଦ୍ଧାର କରିଥିଲେ। ଏହି ସମୟରେ ଝିଅକୁ ଖୋଜି ଖୋଜି କୈଳାସଙ୍କ ପତ୍ନୀ ସେଠାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ କୈଳାସକୁ ନିର୍ଧୂମ ପିଟିଥିଲେ। କୈଳାସ ଫେରାର ଥିବା ଜଣାପଡ଼ିଛି।

Leave A Reply