ହଷ୍ଟେଲ ପାଚେରିରୁ ଡେଇଁ ଛାତ୍ରୀ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଥିବା ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି। ହଷ୍ଟେଲ ପାଚେରିରୁ ଡେଇଁ ଜଣେ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଆହତ ଛାତ୍ରୀ ଜଣଙ୍କ ନାମ ହେଉଛି ଅଞ୍ଜଳୀ ପ୍ରଧାନ ଏବଂ ସେ ନବମ ଶ୍ରେଣୀରେ ପଢ଼ିନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୀପାବଳିରେ ଘରକୁ ଯିବା ପାଇଁ ଅଞ୍ଜଳୀ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଛୁଟି ଦରଖାସ୍ତ ଦେଇଥିଲେ। ହେଲେ ତାଙ୍କୁ ଛୁଟି ନ ମିଳିବାରୁ ଗତ ଶୁକ୍ରବାର ରାତିରେ ସେ ଘରକୁ ଯିବା ପାଇଁ ହଷ୍ଟେଲ ପାଚେରିରୁ ଡେଇଁ ପଡିଥିଲେ। ଯାହା ଫଳରେ ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିଲା। ପରେ ସେ ଘୁଷୁରି ଘୁଷୁରି ଯାଇ ସ୍ଥାନୀୟ ଲୋକଙ୍କୁ କହିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଞ୍ଜଳି ଅଭିଯୋଗ କରିଛନ୍ତି ଯେ, ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଛାଡୁ ନାହାନ୍ତି ଏବଂ ଘର ଲୋକଙ୍କ ସହ କଥାବର୍ତ୍ତା ହେବାର ଅନୁମତି ଦେଉନାହାନ୍ତି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Comments are closed.