ଅପହରଣର ଏଗାର ଦିନପରେ ନାବାଳିକାର ନାହିଁ ଖୋଜ ଖବର

ଖୁଣ୍ଟା – ଖୁଣ୍ଟା ଥାନା ଅଞ୍ଚଳର ଜନୈକା ୧୬ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଗାର ଦିନ ହେଲାଣି ଅପହୃତାର ସନ୍ଧାନ ମିଳି ନାହିଁ ।
ଜୁଲାଇ ୧୮ ତାରିଖ ପୂର୍ବାହ୍ନରେ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏ ପର୍ଯ୍ୟନ୍ତ ନାବାଳିକାର କୌଣସି ଖୋଜ ଖବର ମିଳି ନାହିଁ । ପରିବାର ଲୋକଙ୍କ ସହ
ପୁଲିସ ନାବାଳିକାକୁ ଖୋଜା ଖୋଜି କରୁଥିବା ଖୁଣ୍ଟାଥାନା ଅଧିକାରୀ ନବକୃଷ୍ଣ ନାଏକ ସୂଚନା ଦେଇଛନ୍ତି ।

Comments are closed.