ଆକସକ୍ରିମ ଖାଇ ୯ ବର୍ଷର ନାବାଳିକା ମୃତ

0

ନୂଆଦିଲ୍ଲୀ: ଇଂଣ୍ଡନରେ ରହୁଥିବା ଜଣେ ୯ ବର୍ଷର ନାବାଳିକା ଛୁଟି କାଟିବାକୁ ସ୍ପେନ ଯାଇଥିଲେ । ହେଲେ ସେଠାରେ ଏକ ଆକସକ୍ରିମ ଖାଇବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ପେନର କୋଷ୍ଟା ଡେଲ ସୋଲରେ ଥିବା ଦୋକାନରୁ ନାବାଳିକା ଆକସକ୍ରିମ କିଣି ଖାଇଥିଲେ । ହୋଟେଲ ଫେରିବା ପରେ ନାବାଳିକା ଜଣଙ୍କ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆକସକ୍ରିମରେ ଥିବା ବାଦାମ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମୃତ ନାବାଳିକା ନାମ ହେଉଛି ହବିବା ଚିସ୍ତୀ । ବାଦାମ ଖାଇବା ଦ୍ବାରା ତାଙ୍କର ଆଲାର୍ଜି ହୋଇଥାଏ । ତେଣୁ ତାଙ୍କ ଅଭିଭାବକ ସର୍ବଦା ସର୍ତକତା ଅବଲମ୍ବନ କରନ୍ତି । କିନ୍ତୁ ଆକସକ୍ରିମ କିଣିବା ବେଳେ ସେଥିରେ ବାଦାମ ନଥିବା ଦୋକାନୀ କହିଥିଲା ।

ଗତ ବର୍ଷ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ବିମାନରେ ସାଣ୍ଡୱିଚ୍ ଖାଇବା କାରଣରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଇଂଣ୍ଡନର ୧୫ ବର୍ଷୀୟ ନାବାଳିକା ଫ୍ରାନ୍ସ ଯାଉଥିବା ବେଳେ ବିମାନବନ୍ଦର ପରିସର ମଧ୍ୟରେ ଥିବା ଏକ ଦୋକାନରୁ ସାଣ୍ଡୱିଚ୍ କିଣି ଖାଇଥିଲେ । ଏହା ପରେ ଆଲର୍ଜି ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply