ପୁଣି ଅଲୋଡା ହେଲା ଶିଶୁକନ୍ୟା

0

ଢେଙ୍କାନାଳ: କିଛି ଦିନର ବ୍ୟବଧାନ ପରେ ପୁଣି ଏକ ଶିଶୁକନ୍ୟାକୁ ଅଲୋଡା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ କାମାକ୍ଷାଦେବୀ ଛକ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଶନିବାର କାମାକ୍ଷାଦେବୀ ଛକ ନିକଟରେ ଥିବା ଶାଳବଣରୁ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ । ପୁଲିସ ଶିଶୁକନ୍ୟାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାପରେ ଶିଶୁଟିକୁ  ଏସନସିୟୁରେ ଚିକିତ୍ସା ଆରମ୍ଭ କରାଯାଇଛି ।  ତେବେ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Leave A Reply