ଓଡିଆପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀରର ପ୍ରଥମ ଲେଫଟାଣ୍ଟ ଜେନେରାଲ

ବେତନଟୀ: ଭଞ୍ଜମାଟିର ସନ୍ତାନ ମୟୂରଭଞ୍ଜର ଗର୍ବ ଓ ଗୌରବ ବେତନଟୀର ଇନ୍ଦିରାନଗରର ସ୍ୱର୍ଗତଃ ଭାଗବତ ମୁର୍ମୁଙ୍କର ବଡପୁଅ ଗିରୀଶଚନ୍ଦ୍ର ମୁର୍ମୁ ଶୁକ୍ରବାର ଜାମୁ କାଶ୍ମୀରର ଉପ ରାଜ୍ୟପାଳ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶ୍ରୀ ମୁର୍ମୁଙ୍କ ପ୍ରକୃତ ଘର ବାରିପଦାବ୍ଲକର ଖଡିଶୋଳ ପଞ୍ଚାୟତର କୁଞ୍ଚିଶୋଳ ଗ୍ରାମରେ। ବାପା ଭାଗବତ ମୁର୍ମୁ ଭାରତୀୟ ରେଳବିଭାଗର ଷ୍ଟେସନ ମ୍ୟାନେଜରଭାବେ କାର୍ୟ୍ୟରତ ଥିଲେ। ପିଲାଦିନରୁ ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗିରୀଶ ଭୁରୁଡୁବଣି ପ୍ରାଥମିକ ବିଦ୍ୟାଳୟରେ ନିଜର ପାଥମିକ ବିଦ୍ୟା ହାସଲ କରବାପରେ ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ, ବାରିପଦା ଏମପିସି କଲେଜରେ ପାଠପଢା ସାରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପିଜି କରିଥିଲେ।ଏହାପରେ ଗିରୀଶ ବର୍ମିଂହାମ ବିଶ୍ବବିଦ୍ୟାଳୟରେ ପାଠ ପଢିଥିଲେ। ପିଲାଟି ଦିନରୁ ବାହାରେ ରହିବା ଫଳରେ ବେତନଟୀରେ ତାଙ୍କର ସଠିକ ପରିଚୟ କେହି ଜାଣିନଥିଲେ। ମା ପାର୍ବତୀ ଦେବୀ ପୋଷ୍ଟମାଷ୍ଟର ଚାକିରୀକରି ପିଲାମାନଙ୍କ ଲାଳନପାଳନ କରିଥିଲେ। ତାଙ୍କର ୬ପୁଅ ମଧ୍ୟରୁ ଗିରିଶ ବଡପୁଅ ଅଟନ୍ତି। ଜଣେ ମେଧାବୀ ଛାତ୍ର ଭାବେ ସେ ତାଙ୍କର ପାଠପଢା ଶେଷକରି ଗୁଜୁରାଟ କ୍ୟାଡରର ଆଇଏଏସ(୧୯୮୫) ଭାବେ ଗୁଜୁରାଟରେ କାର୍ୟ୍ୟ କରୁଥିଲେ। ତାଙ୍କର ୬ଭାଇ ମଧ୍ୟରୁ ତାଙ୍କ ତଳଭାଇ ଶିରିଶଚନ୍ଦ୍ର ମୁର୍ମୁ ରିଜର୍ଭବ୍ୟାଙ୍କର ସିଜିଏମ, ତାଙ୍କତଳଭାଇ ଶିବଶଙ୍କର ଭାରତୀୟରେଳବିଭାଗର ଉଚ୍ଚପଦସ୍ଥ ଅଧିକାରୀ ୪ଥ ର୍ଓ ୫ମ ଭାଇ ଦିଲ୍ଲୀପ ଓ ସରୋଜ କୁଞ୍ଚିଶୋଳ ଠାରେ ଫାର୍ମହାଉସ କରିଛନ୍ତି। ୬ଷ୍ଠଭାଇ ମନୋଜ ଡିଆରଡିଏ ଅଫିସର ଜଣେ କର୍ମଚାରୀ ଅଛନ୍ତି। ଗିରିଶ ମୁର୍ମୁଙ୍କ ମା ୭୮ବର୍ଷ ବୟସ୍କ ପାର୍ବତୀ ଗିରିଶ ମୁମ୍ରୁଙ୍କ ରାଜ୍ୟପାଳ ହେବା ଖବରପାଇ ସେ ବହୁତ ଖୁସି ବୋଲି ସମାଜକୁ କହିଥିଲେ। ମୋର ଦିର୍ଘ ଦିନର ସାଧନା ପୁରଣ ହୋଇଛି, ମୁଁ ଏତେ ମାତ୍ରାରେ ଖୁସି ଯେ ଏହା ବର୍ଣ୍ଣନା କରିପାରୁନାହିଁ ବୋଲି ପ୍ରକାଶ କରିଥିଲେ। ଗିରିଶ ମୁର୍ମୁ ବନାରସର ଗୋଟିଏ ବ୍ରାହ୍ମଣ ପରିବାରରୁ ଡ. ସ୍ମିତା ଶୁକ୍ଳାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ଛୋଟ ସଂସାର ଅଟେ। ଗିରିଶ ମୁର୍ମୁ ରାଜ୍ୟପାଳ ହେବା ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରୁ ଆନନ୍ଦର ସୁଅ ଛୁଟିବାରେ ଲାଗିଛି। ବେତନଟୀର ବିଶିଷ୍ଟ ସମାଜସେବୀ କୈଳାଶଚନ୍ଦ୍ର ଅଗ୍ରୱାଲ କହିଛନ୍ତି ବେତନଟୀ ମାଟି ଜଣେ ଯୋଗ୍ୟ ସନ୍ତାନକୁ ପାଇ ଗର୍ବିତ।

Comments are closed.