ଅଦାର ଚମତ୍କାରୀ ଗୁଣ

0
ବିଶେଷ​‌ କରି ଆମ ଭାରତୀୟ ବ୍ୟଞ୍ଜନରେ ଅଦାର ଉପଯୋଗିତା ସର୍ବାଧିକ ହେଉଥିବାର ଦେଖାଯାଏ। ଏହା ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ।
-ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ସକାଳେ ଅଦା ଚା’ ପିଇଲେ ପେଟ ସମସ୍ୟା ଦୂର ହେବା ସହ ମୁଣ୍ଡବିନ୍ଧାରୁ ମଧ୍ୟ ରକ୍ଷା ମିଳେ।
-ଖରା ଦିନ ହେଉ ଅବା ବର୍ଷା ଦିନ, ସୁପ୍‌ରେ ଅଦା ଛୋଟଛୋଟ ଖଣ୍ଡ କରି ପକାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରୁଥିବାର ପରୀକ୍ଷାରୁ ଜଣାପଡ଼ିଛି।
-ଓଜନ କମ୍ କରିବାକୁ ଚାହୁଁଥିଲେ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ଅଦାର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଉପକାରୀ।
-ଖାଲି ପେଟରେ ଅଧ ଚାମଚ ଅଦାରସ ପିଇଲେ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହା ପାକସ୍ଥଳୀକୁ ଶକ୍ତି ଯୋଗାଉଥିବାର ପ୍ରକାଶ।
-ଏହା ମଧ୍ୟରେ ଧ୍ୟାନରେ ରଖିବା ଆବଶ୍ୟକ ଯେ ଅଧିକ ପରିମାଣରେ ଅଦା ଖାଇଲେ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
-ଅଦାକୁ ଶୁଖାଇ ପରେ ଏହାକୁ ଗୁଣ୍ଡ କରି ରଖନ୍ତୁ। ୧ ଗିଲାସ ଉଷୁମ ପାଣିରେ ଅଧ ଚାମଚ ଅଦା ଗୁଣ୍ଡ ମିଶାଇ ପିଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।
Leave A Reply