ଘିଅ ଖାଇବାର ଉପକାରିତା

0

ଭାରତୀୟ ବ୍ୟଞ୍ଜନରେ ଘିଅର ଉପଯୋଗିତା ବିଭିନ୍ନ ଭାବରେ ହୋଇଥାଏ। ଦକ୍ଷିଣ ଭାରତରେ ଶୁଦ୍ଧ ଗାଈ ଘିଅକୁ ଭାତ ସହ ପରଷା ଯାଉଥିବାବେଳେ ଉତ୍ତରଭାରତରେ ତରକାରି ଛୁଙ୍କ ନିମନ୍ତେ ଘିଅ ବ୍ୟବହାର କରାଯାଏ।

ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଅନେକ ବର୍ଷ ପୂର୍ବେ ତେଲର ଉପଯୋଗ ଆଦୌ ହେଉନଥିଲା। କେବଳ ଶୁଦ୍ଧ ଘିଅରେ ହିଁ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା। ଆଜିର ସମୟରେ ଶୁଦ୍ଧ ଘିଅ ମିଳିବା ଖୁବ୍ କାଠିକର କାମ। ତେବେ ଏହା ନିୟମିତ ସେବନ କଲେ ସ୍ବାସ୍ଥ୍ୟ ଉପରେ ଅନେକ ଉତ୍ତମ ପ୍ରଭାବ ପଡ଼େ।

ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ନିୟମିତ ଭାବରେ ହେଉଥିଲେ, ଘିଅର ଉପଯୋଗ ତରକାରିରେ କିମ୍ବା ୧ଛୋଟ ଚାମଚ ଖାଇବା ଉପକାରୀ।

ଦୈନିକ ଘିଅର ଉପଯୋଗରେ ଶରୀରରେ କୌଣସି ପ୍ରକାର ସଙ୍କ୍ରମଣ ହୁଏନାହିଁ।

ଘିଅ ଖାଇବା ଦ୍ବାରା ଆଖିର ଜ୍ୟୋତି ବଢ଼ିବା ସହ ତ୍ବଚାରେ ମଧ୍ୟ ବିଶେଷ ଚମକ ଆସେ।

ଶୁଦ୍ଧ ଘିଅରେ ଥିବା ଭିଟାମିନ୍ କେ-୨ ହାଡ଼ ପାଇଁ ଉପକାରୀ। ଏଣୁ ଯୁବଗୋଷ୍ଠୀ ପ୍ରତ୍ୟହ ଏହା ସେବନ କରିବା ଭଲ। ବୟସ ବଢ଼ିବା ପରେ ହାଡ଼ଜନିତ ସମସ୍ୟା ଉପୁଜେନାହିଁ।

ଆମ ପାଚନ କ୍ରିୟା ଉପରେ ଉତ୍ତମ ପ୍ରଭାବ ପକାଉଥିବା ଘିଅ ଅମ୍ଳ ରୋଗକୁ ମଧ୍ୟ ନିୟନ୍ତ୍ରଣ କରେ।

ପ୍ରତ୍ୟହ ଘିଅ ସେବନ ପୂର୍ବରୁ ଏହା ଶୁଦ୍ଧ ଘିଅ କିମ୍ବା ନୁହେଁ, ତାହା ପରଖିନେବା ଉଚିତ। ନଚେତ୍ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି।

ଗର୍ଭବତୀ ମହିଳା ଘିଅ ସେବନ ନ କରିବା ଭଲ। କୌଣସି ଗରମ ଖାଦ୍ୟରେ ଘିଅ ପକାଇବା ଅନୁଚିତ। ଏହା ଦ୍ବାରା ପେଟ ସମସ୍ୟା ଉପୁଜିଥାଏ।

Leave A Reply