ସଡକ ଦୁର୍ଘଟଣାରେ ଯୁବକ ମୃତ

0

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବରପଦା ଛକ ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ବିବେକାନନ୍ଦ ମିଶ୍ର(୩୦) ନାମକ ଜଣେ ଯୁବକ ଏକ ମୋଟରସାଇକେଲରେ ବୁଧବାର ଦିନ ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିବା ବେଳେ ଘସିପୁରା ଥାନା ଅନ୍ତର୍ଗତ୨୦ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଠାରେ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଥିଲା। ପରେ ମୃତକକୁ ଘସିପୁରା ପୁଲିସର ସହଯୋଗରେ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥବା ବେଳେ ସଂନ୍ଧ୍ୟା ହେବାରୁ ଶବବ୍ୟାବଚ୍ଛେଦ କରାଯାଇନଥିବା ଜଣାଯାଇଛି।

Leave A Reply