ଖାଲରେ ବୁଡି ଶିଶୁମୃତ

0

ଘସିପୁରା : ଘସିପୁର୍ରା ଥାନା ଅନ୍ତର୍ଗତ ଗୋପାଳପୁର ଏକ ଖାଲରେ ବୁଡି ଜଣେ ଶିଶୁର ଜୀବନ ଚାଲିଯାଇଥିବା ଜଣାପଡିଛି। ସୂଚନାରୁ ଜଣାଯାଏ ଗୋପାଳପୁର ଗ୍ରାମର ମାନସ ମଲିକଙ୍କ ପୁତ୍ର ଗଣେଷ ମଲିକ(୪) ନିଜ ସାଙ୍ଗ ମାନଙ୍କ ସହିତ ଖେଳୁଥିଲା। ଗୋପାଳପୁର ଗ୍ରାମ ନିକଟରେ ଇଟାକାମ ହେଉଥିବା ବେଳେ ସେଠାରେ ଥିବା ଏକ ଖାଲରେ ଗୋଡଖସି ବୁଡିଯାଇଥିଲା। ଗଣେଷକୁ ନପାଇବାରୁ ପରିବାର ଲୋକମାନେ ଖୋଜାଖୋଜି କରିବା ପରେ ପରିବାରଲୋକ ମାନେ ଖାଲରେ ଖୋଜିବାପରେ ଗଣେଷ ଖାଲରେ ବୁଡିଯାଇଥିବା ଜଣିଥିଲେ। ପରିବାର ଲୋକମାନେ ଗଣେଷକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଘସିପୁରା ପୁଲିସ୍‍ ଶବକୁ ଜବତ କରିବା ସହିତ ସଂନ୍ଧ୍ୟା ହୋଇଯିବାରୁ ଶବବ୍ୟବଚ୍ଛେ କରିପାରିି ନିଥିବା ଜଣାପଡିଛି।

Leave A Reply