ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଘସିପୁରା ବିଜେପି

0

ଘସିପୁରା : ଘସିପୁରା ବିଜେପି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଇସ୍ତଫା ଦାବି କରିଛି । ଏ ନେଇ ରବିବାର ଦଳ ପକ୍ଷରୁ ଶୈଲଙ୍ଗ ଠାରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କୁଶ ପୂତଳିକା ଦାହ କରିଛି। ଛାତ୍ର ନେତା ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନେତା ଭଗବାନ ସାହୁ, ଦେବ ଜେନା, ଅଧ୍ୟାପକ ପଞ୍ଚାନନ ରାଉତ, ନାରୀନେତ୍ରୀ ଝରଣା ଜେନା, ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଣବ ପୁହାଣ, ଦିଲୀପ ଜେନା, ଖାଳିଆମେଣ୍ଟା ମଣ୍ଡଳ ସଭାପତି ବାମନ ଭୂୟାଁ, ଭଗବାନ ମହାରଣା ପ୍ରମୁଖ ଯୋଗଦେଇ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଇସ୍ତଫା ଦାବି କରିଥିଲେ। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୬ ତାରିଖରେ ୬ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିବା ମାମଲାରେ ପୁଲିସ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ଗିରଫ କରିଥିଲା। ସେହିପରି ୪ ଦିନ ତଳେ ମନ୍ତ୍ରୀ ପାତ୍ରଙ୍କ ୪ର୍ଥ ପୁଅ ଦେବପ୍ରିୟ ପାତ୍ର ବେଲବାହାଳିର ପ୍ରଶାନ୍ତ ସାହୁଙ୍କୁ ସଂଘବଧ ଭାବେ ଆକ୍ରମଣ କରିଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି। ବିଭିନ୍ନ ଅସାମାଜିକ ଓ ଗୁଣ୍ଡାଗର୍ଦିରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ସମ୍ପୃକ୍ତ ଥିବାରୁ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଛି।

Leave A Reply