ସର୍ଟ ସର୍କିଟରୁ ଜଳିଲା ବସ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଘସିପୁରା : ବସ୍‍ ଚାଲୁଥିବା ବେଳେ ଘସିପୁରା ବସ୍‍ଷ୍ଟାଣ୍ଡ ନିକଟରେ ହଠାତ୍‍ ବିଦ୍ୟୁତ୍‍ ସର୍ଟ ସର୍କିଟ୍‍ ଘଟି ଏକ ବସ୍‍ ଜଳିଯାଇିଥିଲା। ବସରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷାପାଇଥିବା ଜଣାପଡିଛି। ସୂଚନାରୁ ଜଣାଯାଏ ବିଶ୍ୱତାରଣୀ ନାମକ ଏକ ବସ୍‍ କଟକରୁ କେନ୍ଦୁଝର ଯାଇ କଟକ ଅଭିମୁଖେ ସଂନ୍ଧ୍ୟା ୫ରେ ଫେରୁଥିବା ବେଳେ ଘସିପୁରା ବସ୍‍ଷ୍ଟାଣ୍ଡ ନିକଟରେ ହଠାତ୍‍ ବିଦ୍ୟୁତ୍‍ ସର୍ଟ ସର୍କିଟ୍‍ ଘଟି ବସ୍‍ଟି ଜଳିଯାଇିଥିଲା। ବସ୍‍ଷ୍ଟାଣ୍ଡ ନିକଟରେ ଲୋକମାନେ ଗାଡିଟି ଜଳିଥିବାଦେଖି ପାଟି କରିଥିଲେ। ଏହା ଶୁଣି ଗାଡିଚାଳକ ଓହ୍ଲାଇ ନିଆଁକୁ ଲିଭାଇଥିବା ବେଳେ ଅଳ୍ପକେ ଯାତ୍ରୀ ମାନେ ରକ୍ଷାପାଇଯାଇଛନ୍ତିା

Leave A Reply