ପାରିବାରିକ କନ୍ଦଳ ପାଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ

0

ଘସିପୁରା : ରଶିଲଗାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବଞ୍ଚିଯାଇଥିବା ଜଣାପଡଛି। ସୁଚନାରୁ ଜଣାଯାଏ ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଶ୍ରୀନନ୍ଦି ଗ୍ରାମର ମହେଶ ରଂଜନ ସାହୁ (୨୪) ଭୁବନେଶ୍ୱର ଅଞ୍ଚଳରେ ରହି ଧାରାବାହିକ କରିବା ସହିତ ଡ୍ୟାନ୍ସ କରି ନିଜର ଜୀବିକା ନିର୍ବାହ କରନ୍ତି। ଗତ କିଛି ଦିନ ହେବ ସେ ଗ୍ରାମକୁ ଆସିଥିବାବେଳେ ପରିବାର ସହିତ ମନମାଲିଣ୍ଣ୍ୟ ଘଟିଥିବାରୁ ପ୍ରଥମେ ମହେଶ ବିଷଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଠା କରିବିଫଳ ହେବା ପରେ ଶନିବାର ୧୧ଟା ସମୟରେ ନିଜ ଘରେ ରଶିଲଗାଇଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ପରିବାରଲୋକଙ୍କ ନିକଟରେ ଧରାପଡିଯାଇଥିଲା ପରିବାର ଲୋକ ମହେଶକୁ ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତିକରିଥିଲେ।

Leave A Reply