ଏହି ଘରୋଇ ଉପାୟରେ କୁଞ୍ଚିତ କେଶକୁ ସହଜରେ କରନ୍ତୁ ସିଧା

0

ବହୁ ଲୋକେ ତାଙ୍କ କୁଞ୍ଚିତ କେଶକୁ ନେଇ ଚିନ୍ତିତ ଥାଆନ୍ତି। ଅନେକ ଏପରି ଚୁଟି ରଖିବାକୁ ହିଁ ପସନ୍ଦ କରି ନଥାନ୍ତି। କାରଣ ଏହାକୁ ସଜାଡ଼ିବା କାଠିକର ପାଠ। ମୁଣ୍ଡ କୁଣ୍ଡାଇବା ପରେ ମଧ୍ୟ ଏଥିରେ ଜଟା ହୋଇଯାଏ ଯଦ୍ବାରା ଏହା ଆକର୍ଷଣୀୟ ଦେଖାଯାଏ ନାହିଁ। ଶାମ୍ପୁ କରିବା ପରେ କେଶ ଫୁଲି ରହିଥାଏ ଓ ବହୁତ ଉଡ଼ିଥାଏ। ତେବେ ଏହି ପରିସ୍ଥିତିରେ ଲୋକେ ସେଲୁନ୍ ବା ପାର୍ଲରକୁ ଯାଇ କୃତ୍ରିମ ଉପାୟରେ କେଶକୁ ସିଧା କରିଥାଆନ୍ତି। ହେଲେ ସବୁବେଳେ ସେଲୁନ୍ ଯାଇ କେଶକୁ ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଏଥିସହିତ କେଶ ସିଧା କରିବା ପାଇଁ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରାଯାଇଥାଏ। ଯଦ୍ୱାରା କେଶ ଖରାପ ହେବାର ଭୟ ମଧ୍ୟ ଥାଏ।

ହେଲେ କିଛି ପ୍ରାକୃତିକ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ବାରା କମ୍ ଖର୍ଚ୍ଚରେ ଓ ବିନା କୌଣସି ପାର୍ଶ୍ବପ୍ରତିକ୍ରିୟାରେ ଘରେ ହିଁ ଆପଣ କେଶକୁ ସିଧା କରିପାରିବେ।

୧. ଏକ କପ୍ କ୍ଷୀରରେ ଏକ ଅଣ୍ଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଏକ ବ୍ରଶ୍ ସାହାଯ୍ୟରେ ଲଗାନ୍ତୁ। ଲଗାଇବାର ଦେଢ଼ ଘଣ୍ଟା ପରେ ଶାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।

୨. ଘିକୁଆଁରୀ ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭଦାୟକ। ଅଧା କପ୍ ଘିକୁଆଁରୀକୁ ଅଧା କପ୍ ନଡ଼ିଆ ତେଲ ସହ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ ଶୁଖିଗଲେ ଶାମ୍ପୁ କରିଦିଅନ୍ତୁ।

୩. ମୁଲତାନୀ ମାଟି ମଧ୍ୟ କେଶ ପାଇଁ ଖୁବ୍ ଉପକାରୀ। ମୁଲତାନୀ ମାଟି ଲଗାଇ ତା’ପରେ କେଶକୁ ଶାମ୍ପୁ କରିଦେଲେ ଚୁଟି ସିଧା ହୋଇଥାଏ।

୪. ଆପଲ ଭିନେଗାରକୁ କେଶରେ ଲଗାଇଲେ ଏହା ସଫା ହେବା ସହ ସିଧା ଓ ନରମ ହୋଇଥାଏ। ତିନି ଚାମଚ ଆପଲ୍ ଭିନେଗାରରେ ୨ କପ୍ ପାଣି ମିଶାଇ ଲଗାନ୍ତୁ। କିଛି ସମୟ ପରେ ଶାମ୍ପୁ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଧୀରେ ଧୀରେ ଚୁଟି ସିଧା ହୋଇଯିବ।

Leave A Reply