ଗୋଟିଏ ରାତିରେ ଭଲ ହେବ ବ୍ରଣ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଗୋଟିଏ ମାତ୍ର ବ୍ରଣ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଇଥାଏ। ଯଦି କୌଣସି ଉତ୍ସବରେ ଯୋଗ ଦେବାକୁ ଅଛି ଏବଂ ମୁହଁରେ ବ୍ରଣ ଭରି ରହିଛି, ତେବେ ଉତ୍ସବର ମଜା ପୁରା ଖରାପ ହୋଇଯାଏ। ଏଭଳି କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣାଇବା ଦ୍ବାରା ଗୋଟିଏ ରାତିରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

ସିରକା ବା ସେଓ ରସ: ଆପେଲ୍ ସାଇଡର ଭିନେଗାର ବା ସେଓ ରସକୁ ଏକ କଟନ୍ ବା ତୁଳାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ରଖି ରାତିରେ ଶୋଇ ପଡନ୍ତୁ। ସକାଳକୁ ଏହାର ଫରକ ନିଶ୍ଚୟ ଦେଖିପାରିବେ।

ଟୁଥ୍‌ପେଷ୍ଟ: ବ୍ରଣ ଉପରେ ପ୍ରଥମେ ବରଫର ଶେକ ଦିଅନ୍ତୁ। ପରେ ମୁହଁକୁ ପୋଛି ବ୍ରଣ ଉପରେ ଟୁଥ୍‌ପେଷ୍ଟ ଲଗାଇ ୨୦ରୁ ୩୦ ମିନିଟ୍ ଛାଡି ଦିଅନ୍ତୁ। ପାଣି ଧୋଇ ହୋଇ ପଡନ୍ତୁ। ଏହା ଦ୍ବାରା ତୁରନ୍ତ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଲବଙ୍ଗ ଓ ରସୁଣ: ଲବଙ୍ଗ ଓ ରସୁଣକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ବ୍ରଣ ଉପରେ ଲଗାଇ ସାରା ରାତି ଛାଡି ଦିଅନ୍ତୁ। ସକାଳକୁ ଦେଖିବେ ବ୍ରଣ ଭଲ ହୋଇ ଯାଇଥିବ।

ମହୁ ଓ ଡାଲଚିନି: ଡାଲଚିନିକୁ ପେଷି ଏହାର ପେଷ୍ଟ ତିଆରି କରନ୍ତୁ। ପରେ ଏଥିରେ ମହୁ ମିଶାଇ ବ୍ରଣ ଉପରେ ଲଗାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ। ପରେ ପାଣିରେ ଭଲ ଭାବରେ ଧୋଇ ହୋଇ ପଡନ୍ତୁ। ସକାଳକୁ ବ୍ରଣ ଦବି ଯାଇଥିବ ଦେଖିବେ।

Comments are closed.