ଏହି ଉପାୟ ଆପଣାଇ ଅଣ୍ଟାବିନ୍ଧାରୁ ଚୁଟକିରେ ପାଆନ୍ତୁ ମୁକ୍ତି

ଆଜିକାଲି ଅଣ୍ଟାବିନ୍ଧା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ସାଧାରଣତଃ ବୟସ୍କ ଲୋକମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ହେଲେ ଏବେ ଏହା ସମସ୍ତ ବୟସର ଲୋକଙ୍କଠାରେ ଦେଖାଦେଉଛି। ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ଓ ଅଧିକ ସମୟ କାର୍ୟ୍ୟାଳୟରେ ବସି କାମ କରିବା ଇତ୍ୟାଦି। ଲୋକେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ଔଷଧ ସେବନ କରି ଥାଆନ୍ତି। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଅବଗତ ଯେ, ଅଣ୍ଟାବିନ୍ଧା ଦୂର କରିବାର କିଛି ଘରୋଇ ଉପାୟ ରହିଛି। ଯାହାଦ୍ବାରା ଯନ୍ତ୍ରଣାରୁ ତୁରନ୍ତୁ ଉପଷମ ମିଳିବା ସହିତ ପାର୍ଶ୍ବପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ। ତେବେ ଚାଲନ୍ତୁ ଜାଣିବା ଘରୋଇ ଉପାୟରେ କିପରି ଅଣ୍ଟାବିନ୍ଧାକୁ ଦୂର କରିବା –

ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩-୪ ପାଖୁଡା ପକାଇ ଗରମ କରନ୍ତୁ। ଥଣ୍ଡା ହେବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କରନ୍ତୁ।

କଡେଇରେ ୨-୩ ଚାମଚ ଲୁଣ ପକାଇ ଭଲରେ ଗରମ କରନ୍ତୁ। ଏହି ଲୁଣକୁ ଏକ ମୋଟା ସୂତା କପଡାରେ ବାନ୍ଧି ପୁଟୁଳି ଭଳି ବନାନ୍ତୁ। ଏହି ପୁଟୁଳିରେ କଷ୍ଟ ହେଉଥିବା ସ୍ଥାନରେ ସେକ ଦିଅନ୍ତୁ। ଏପରି କଲେ ଅଣ୍ଟାବିନ୍ଧାରୁ ଉପଷମ ମିଳିଥାଏ।

ଜୁଆଣୀକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ। ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ। ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ।

କୌଣସି ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରନ୍ତୁ ନାହିଁ। ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରିବା ଉଚିତ।

Comments are closed.