ଜର୍ମାନୀ ବସ୍‍ ମଧ୍ୟରେ ଯାତ୍ରୀଙ୍କୁ ଛୁରାମାଡ଼, ୧୪ ଆହତ

0

ବର୍ଲିନ : ଉତ୍ତର ଜର୍ମାନୀର ଲୁବେକ୍‍ ସହରର ଏକ ବସ୍‍ ମଧ୍ୟରେ ଶୁକ୍ରବାର ଜଣେ ଦୁବୃର୍ତ୍ତ ଯାତ୍ରୀଙ୍କୁ ଛୁରାମାଡ କରିଛନ୍ତି। ଛୁରାମାଡରେ ୧୪ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁଯାୟୀ ପୁଲିସ ଦୁର୍ବୃତ୍ତକୁ ଗିରଫ କରିଛି। ଏହା ପଛରେ ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ପୃକ୍ତି ଥିବା ନେଇ କିଛି ଜଣାପଡି ନାହିଁ। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତଙ୍କ ବୟସ ୩୦ରୁ ୪୦ ମଧ୍ୟରେ ହେବ।

Leave A Reply