ଉତ୍ତର କୋରିଆରେ କିମ ଜୋଙ୍ଗଙ୍କ ଏକଛତ୍ରବାଦ କାଏମ, ସାଧାରଣ ନିର୍ବାଚନରେ ପାଇଲେ ୯୯.୯୮% ଭୋଟ

ପୟୋଙ୍ଗୟାଙ୍ଗ : ଉତ୍ତର କୋରିଆରେ ରବିବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦେଶର ନେତା କିମ ଜୋଙ୍ଗ ଉନଙ୍କୁ ପାଖାପାଖି ୧୦୦% ଭୋଟ ମିଳିଛି। ପର୍ଯ୍ୟବେକ୍ଷକଙ୍କ କହିବା ଅନୁସାରେ ନିର୍ବାଚନରେ କେହି ଅନ୍ୟ ପ୍ରାର୍ଥୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ଉତ୍ତର କୋରିଆର ନିର୍ବାଚନ କେବଳ ଲୋକଦେଖାଣିଆ ଥିଲା। ଏଭଳି ନିର୍ବାଚନ କେବଳ କିମ ଜୋଙ୍ଗ ଉନଙ୍କୁ ପ୍ରଚଣ୍ଡ ବହୁମତ ମିଳିଛି ଏବଂ ତାଙ୍କ ପ୍ରତି ଲୋକେ ବିଶ୍ୱସ୍ତ ଅଛନ୍ତି ଦେଖାଇବାକୁ ହୋଇଛି।

ରବିବାର ଅନୁଷ୍ଠିତ ନିର୍ବାଚନରେ କିମ ଜୋଙ୍ଗ ଉନଙ୍କୁ ୯୯.୯୮% ଭୋଟ ମିଳିଛି। ୨୦୧୫ ତୁଳନାରେ ଚଳିତ ନିର୍ବାଚନରେ ତାଙ୍କୁ ୦.୦୧% ଅଧିକ ଭୋଟ ମିଳିଛି। ଉତ୍ତର କୋରିଆ ସରକାରୀ ଏଜେନ୍ସି କେସିଏନଏ ପକ୍ଷରୁ ସୂଚନା ଦିଆଯାଇଛି ଯେ କେବଳ ବିଦେଶ ଯାତ୍ରା ଓ ସମୁଦ୍ର ଯାତ୍ରାରେ ଥିବା ଲୋକମାନେ ଭୋଟ ଦାନ କରିନାହାନ୍ତି। ରୋଗାକ୍ରାନ୍ତ ଏବଂ ବୃଦ୍ଧ ଲୋକେ ମୋବାଇଲ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ। ଉତ୍ତର କୋରିଆରେ ପ୍ରତି ୪ ବର୍ଷରେ ଆଞ୍ଚଳିକ, ସହର ଏବଂ କାଉଣ୍ଟି ଆସେମ୍ବଲି ପ୍ରତିନିଧି ପାଇଁ ନିର୍ବାଚନ ହୋଇଥାଏ।

Comments are closed.