୪ନକଲି ସାମ୍ବାଦିକ ଗିରଫ

ଗୌତମବୁଦ୍ଧ ନଗର : ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ପୁଲିସ ଶୁକ୍ରବାର ରାତିରେ ୪ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ବିଭିନ୍ନ ପତ୍ରିକା ଓ ଇଲେକ୍‌ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି ପରିଚୟ ଦେଇ ପୁଲିସ ଅଧିକାରୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି।

ଗିରଫ ନକଲି ସାମ୍ବାଦିକଙ୍କ ନାମ ଯଥାକ୍ରମେ ସୁଶୀଲ ପଣ୍ଡିତ, ଚନ୍ଦନ ରାଏ, ନୀତୀଶ ପାଣ୍ଡେ ଓ ଉଦିତ ଗୋୟଲ ବୋଲି ପୁଲିସ କହିଛି। ଚନ୍ଦନ ‘ଟିଭି-୯ ଭାରତବର୍ଷ’ରେ କାର୍ଯ୍ୟ କରୁଥିବା କହୁଥିଲାବେଳେ ଉଦିତ ଗୋୟଲ ‘ଦୈନିକ ଏକ୍ସପ୍ରେସ୍‌’ ନାମକ ୱେବ୍‌ ପୋର୍ଟାଲ ଓ ସୁଶୀଲ ‘ସନ୍‌ସନି ଇଣ୍ଡିଆ’ ନାମକ ୱେବ୍‌ସାଇଟ୍‌ ଚଳାଉଥିବା ପ୍ରକାଶ କରିଛନ୍ତି। ନୀତୀଶ ମଧ୍ୟ ଏକ ୱେବ୍‌ ପୋର୍ଟାଲ ଚଳାଉଥିବା ପ୍ରକାଶ। ଏମାନଙ୍କ ମଧ୍ୟରୁ ତିନି ଜଣ ପୂର୍ବରୁ ଅନ୍ୟ ଘଟଣାରେ ଜେଲ୍‌ କଟାଇଛନ୍ତି।

Comments are closed.