ଗାର୍ଡ ଅଫ୍ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର:  ଗାର୍ଡ ଅଫ୍ ଅନର ବ୍ୟବସ୍ଥାକୁ  ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଆଉ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଫିସରକୁ ଦିଆଯିବନାହିଁ ଗାର୍ଡ ଅଫ୍ ଅନର । କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସରେ ମୁଖ୍ୟ ଅତିଥିକୁ ଦିଆଯିବ ଗାର୍ଡ ଅଫ ଅନର ।

କିନ୍ତୁ ପୁର୍ବ ଭଳି ବିଶିଷ୍ଟ ବ୍ୟକ୍ତି – ରାଷ୍ଟ୍ରପତି, ଉପରାଷ୍ଟ୍ର ପତି , ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ଜଜ୍ ଙ୍କୁ ପ୍ରଦାନ କରାଯିବ ଗାର୍ଡ ଅଫ ଅନର । ସ୍ୱାଧୀନତା ସଂଗ୍ରାମୀଙ୍କୁ ମାନ୍ୟବାର ଭାବେ ସମ୍ୱୋଧନ  କରିବା ପାଇଁ ନିଷ୍ପତ୍ତି ହୋଇଛି ।

Comments are closed.