ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର

ନୀଳଗିରି: ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଶନିବାର ସକାଳେ ବନକର୍ମଚାରୀ କିଶୋର ଚନ୍ଦ୍ର ଭୂୟାଁ ଓ ସବୁଜ ବାହିନୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ରାଉତ ପାଟ୍ରୋଲିଂ କରୁଥିବା ସମୟରେ ୫ଟି ଗୟଳ ସେମାନଙ୍କ ଗତିରୋଧ କରିଥିଲେ । ପରେ କୁଲଡିହାର ଶାଗୁଆନ ବାଡ଼ି ଠାରେ ଗୋଟିଏ ଗୟଳ ପୂର୍ଣ୍ଣଚନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି କ୍ଷତାକ୍ତ କରି ଦେଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.