କୋଲାବ ଜଳଭଣ୍ଡାରର ୨ଟି ଗେଟ ଖୋଲିଲା

0

ଜୟପୁର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣି ଝଡ଼ ଓ ଡିପ୍ ଡିପ୍ରେସନ ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। କୋରାପୁଟ ଜିଲାର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ କୋଲାବ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ଭୋର ସମୟରେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।

ସୂଚନଯୋଗ୍ୟ ଯେ, କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ହେଉଛି ୯୩୫ ନିୟୁତ ଘନମିଟର । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧୫୭୦ ନିୟୁତ ଘନମିଟର ଜଳ ପ୍ରବେଶ କରୁଛି। ତେବେ ବର୍ତ୍ତମାନ ଜଳଭଣ୍ଡାରରେ ୮୪୦ ନିୟୁତ ଘନମିଟର ଜଳ ଥିବାରୁ ପ୍ରତି ସେକେଣ୍ଡରେ ଜଳଭଣ୍ଡାରର ଗେଟ୍ ନମ୍ବର ୫ ଓ ୬ ଦେଇ ୫୫୦ ନିୟୁତ ଘନମିଟର ଜଳ ନିଷ୍କାସିତ ହେଉଛି।

Leave A Reply