ଗ୍ୟାଷ୍ଟ୍ରିକ୍‍ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

0

କାର୍ଯ୍ୟ ବ୍ୟସ୍ତତା ଓ ସଠିକ୍‍ ସମୟରେ ଖାଦ୍ୟ ଗ୍ରହଣ ନକରିବା ଆଦି କାରଣରୁ ବହୁ ଲୋକ ଗ୍ୟାଷ୍ଟ୍ରିକ୍‍ ଭଳି ପାକସ୍ତଳୀରେ ବାୟୁ ଜନିତ ରୋଗରେ ପଡ଼ିଥାନ୍ତି। ବହୁ ସମୟ ଭୋକରେ ରହିବା, ଠିକ୍‍ ସମୟରେ ଖାଦ୍ୟ ନଖାଇବା, ଖାଦ୍ୟକୁ ତରବରିଆ ଭାବେ ଖାଇବା ଓ ଠିକ୍‍ ଭାବେ ନଚୋବାଇବା, ଭୋକ ଲାଗୁଥିବାବେଳେ ପାଣି ପିଇନେବା ଆଦି ବିଭିନ୍ନ କାରଣରୁ ଗ୍ରାଷ୍ଟିକ୍‍ ଭଳି ରୋଗ ବଡ଼ ହୋଇଥାଏ। ଯାହା ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥାଏ। ଯଦି ଆପଣ ଏଭଳିି ସମସ୍ୟାରେ ସନ୍ତୁଳୁଛନ୍ତି ତେବେ ଏହି ଉପାୟ ଆପଣାଇ ଏଥିରୁ ମୁକ୍ତି ପାଆନ୍ତୁ।

ଲେମ୍ବୁ ପାଣି
ଯଦି ଆପଣଙ୍କର ସବୁବେଳେ ପେଟ ଫୁଲିଲାଭଳି ସମସ୍ୟା ଦେଖାଦେଉଛି; ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତୁ। ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଗ୍ୟାସ ସମସ୍ୟା ଦୂର କରିଥାଏ। ଏହା ଆପଣଙ୍କ ଶରୀରରେ ଥିବା ଅନାବଶ୍ୟକ ପାଣିକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ପାନମଧୁରି
ଏହା ଖାଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଏଥିରୁ ପ୍ରସ୍ତୁତ ହୋଇଥିବା ଚା’ ପିଇବା ଦ୍ୱାରା ଦୁଇମିନିଟରେ ପେଟ ସମସ୍ୟାରୁ ମୁକ୍ତି ମିଳେ।

ତୁଳସୀ ପତ୍ର
ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ। ଏହା ବ୍ୟତୀତ ଆପଣ ଚାହିଁଲେ ଏଥିରୁ ଚା’ ପ୍ରସ୍ଥୁତକରି ପିଇପାରିବେ। ପେଟ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ।

ଧନିଆପତ୍ର
ଗ୍ୟାସରୁ ପେଟ ଫୁୁଲୁଥିଲେ ଧନିଆ ପତ୍ର ଖାଆନ୍ତୁ। ଏଥିରୁ ପସ୍ତୁତ ଚା ପିଇବା ଦ୍ୱାରା ଆପଣଙ୍କ ପେଟ ସମସ୍ୟା ଦୂର ହୋଇଥାଏ।

Leave A Reply