ଗ୍ୟାସ ସିଲିଣ୍ଡର ଫାଟି ଆହତଙ୍କର ମୃତ୍ୟୁ

0

ଝାରସୁଗୁଡା: ଗ୍ୟାସ ସିଲିଣ୍ଡର ଫାଟି ୨ ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦୀର୍ଘ ୧୩ଦିନ ଧରି ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଶୈଳେନ୍ଦ୍ର ମଣ୍ଡଳ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏ ନେଇ ପରିବାର ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଜୁଲାଇ ୫ତାରିଖ ଝାରସୁଗୁଡା ସହରର ସର୍ବାହାଲରେ ଭଡା ଘରେ ରହୁଥିବା ରାସବିହାରୀ ଦାସଙ୍କ ଘରେ ଗ୍ୟାସ ସିଲିଣ୍ଡର ସଂଯୋଗ କରୁଥିବା ବେଳେ ସିଲିଣ୍ଡରଟି ଫାଟି ଯାଇଥିଲା। ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଦୁଇ ଜଣ ବ୍ୟକ୍ତି ଗ୍ୟାସ ସଂଯୋଗ କରୁଥିବା ବେଳେ ସିଲିଣ୍ଡରଟି ଫାଟି ଯାଇଥିଲା। ଫଳରେ ଏଜେନ୍ସିର ଦୁଇ ଜଣ ବ୍ୟକ୍ତି ରବି ବାରିକ(୪୫) ଓ ଶୈଳେନ୍ଦ୍ର ମଣ୍ଡଳ(୩୬) ଗୁରୁତର ହୋଇଛନ୍ତି। ଘରେ ଥିବା ଅନ୍ୟ ଦୁଇ ଜଣ ରାଜେଶ କୁମାର(୩୫) ଓ ମାତାଜୀ ପାଣି(୭୦) ଆହତ ହୋଇଥିଲେ। ଆହତ ମାନଙ୍କୁ ପ୍ରଥମେ ଝାରସୁଗୁଡା ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply